xmas

ସୀମାରେ ଶତ୍ରୁଙ୍କ ଅନୁପ୍ରବେଶ ରୋକିବା ପାଇଁ ଏକ ନୂଆ ଯନ୍ତ୍ରପାତି ଉଦ୍ଭାବନ କଲେ ଏହି ITI ଛାତ୍ର

ଗଜପତି ଚନ୍ଦ୍ରଗିରି ଆଇଟିଆଇ କଲେଜର ଜଣେ ପୂର୍ବତନ ଛାତ୍ର ସମୀର ପ୍ରଧାନ ନିଜର ଜ୍ଞାନ ଓ କୌଶଳ ମାଧ୍ୟମରେ ବିଭିନ୍ନ ପ୍ରକାରର ଯନ୍ତ୍ରପାତି ନୂଆ କରି ଉଦ୍ଭାବନ କରିଛନ୍ତି । ସୀମାରେ ଅନେକ ସମୟରେ ଶତ୍ରୁ ତାର କାଟି ପ୍ରବେଶ କରିଯାନ୍ତି । ତେଣୁ ଶତ୍ରୁଙ୍କ ଅନୁପ୍ରବେଶକୁ କିଭଳି ରୋକି ହେବ ସେଥିପାଇଁ ଚିନ୍ତା କରି ସମୀର ଏକ ଯନ୍ତ୍ର ଉଦ୍ଭାବନ କରିଛନ୍ତି । ଏହି ଯନ୍ତ୍ର ସୀମାରେ ଶତ୍ରୁଙ୍କ ପ୍ରବେଶ ବିଷୟରେ ସୂଚନା ଦେବା ସହ ବିଷାକ୍ତ ଗ୍ଯାସ ସ୍ପ୍ରେ କରି ଶତ୍ରୁଙ୍କୁ ମୂର୍ଚ୍ଛା ମଧ୍ୟ କରିଦେବ ।

ସୀମାରେ ଶତ୍ରୁଙ୍କ ପ୍ରବେଶ ଯୋଗୁଁ ଅନେକ ଯବାନ ଶହୀଦ ହୋଇ ଯାଉଛନ୍ତି । ଏପରି ଯେପରି ନହୁଏ ସେଥିପାଇଁ ଏଭଳି ଏକ ନୂଆ ଜିନିଷର ଉଦ୍ଭାବନ କରିଛନ୍ତି ଏହି ଦୁର୍ଗମ ଅଞ୍ଚଳର ଯୁବକ । ଏହାସହ ସେ ପୋଲିସ ମାନଙ୍କ ପାଇଁ ମଧ୍ୟ ଏକ ପ୍ରୋଜେକ୍ଟ କରିଛନ୍ତି । ଏକ ପ୍ରକାର ହେଲମେଟ ତିଆରି କରିଛନ୍ତି ଯାହା ମୃତକଙ୍କ ମୁଣ୍ଡରେ ପିନ୍ଧାଇବା ଦ୍ଵାରା ତାହା ସ୍କାନ କରି ହତ୍ୟାକାରୀଙ୍କ ଫଟୋ ଦେଖାଇଦେବ ।

ଏଭଳି ଘଟଣାର ଯାଞ୍ଚ କରିବା ପାଇଁ ଏବଂ ହତ୍ୟାକାରୀକୁ ଧରିବା ପାଇଁ ପୋଲିସକୁ ଅନେକ ସମୟ ଲାଗିଯାଏ । କିନ୍ତୁ ଏହି ହେଲମେଟ ସାହାଯ୍ୟରେ କେବଳ ୫ ମିନିଟରେ ଦୋଷୀକୁ ଧରିହେବ ବୋଲି ସମୀର କହିଛନ୍ତି । ସମୀରଙ୍କ ଏଭଳି ଉଦ୍ଭାବନ ଯୋଗୁଁ ସ୍ଥାନୀୟ ବାସିନ୍ଦା ମଧ୍ୟ ବେଶ ଖୁସି ଅଛନ୍ତି ।

ସମୀରଙ୍କ ଏହି ପ୍ରୋଜେରେ ଲାଗିଛି ଅଟୋ ସେନସର୍ ସୀମାରେ ବାହ୍ୟ ଶତ୍ରୁ ଅନୁପ୍ରବେଶ କଲେ ସଙ୍ଗେ ସଙ୍ଗେ ବାଜି ଉଠିବ ସାଇରନ୍ । ମାଟିତଳେ ଗଲେ ମଧ୍ୟ ସାଇରନ୍ ବାଜିବ । ଏଥିସହ ଅଟୋ ସେନସର୍ରୁ କ୍ଷଣକ ମଧ୍ୟରେ କଲ୍ ଯିବ ହେଡ୍ ଅଫିସକୁ ।
ଅନୁପ୍ରବେଶକାରୀ ଯଦି ତାର କାଟନ୍ତି, ତେବେ ଜଳିଉଠିବ ବଲ୍ବ ସାଇରନ୍ ବି ବାଜିବ ଫଳରେ ଅନୁପ୍ରବେଶକୁ ରୋକାଯାଇ ପାରିବ ।
କେବଳ ଏତିକି ନୁହେଁ, ସୀମାରେ ପଶିବାକୁ ଉଦ୍ୟମ କଲେ ଏଥିରେ ଲାଗିଥିବା କେମିକାଲ ସ୍ପ୍ରେ ହେବ ଏବଂ ଏହା ସଂସ୍ପର୍ଶରେ ଆସି ଅଚେତ ହୋଇପଡିବେ ଅନୁପ୍ରବେଶକାରୀ
ଏଥିସହ ହତ୍ୟା ଅଭିଯୁକ୍ତଙ୍କୁ ଧରିବାକୁ ସ୍ୱତନ୍ତ୍ର ଚଷମା ତିଆରି କରିଛନ୍ତି ସମୀର । ହତ୍ୟାକାଣ୍ଡର ୨୪ ଘଂଟା ମଧ୍ୟରେ ମୃତଦେହରେ ହେଲମେଟ୍ ଏବଂ ସ୍ୱତନ୍ତ୍ର ଚଷମା ପିନ୍ଧାଇ ଆଖି ସ୍କାନିଂ କଲେ, ତୁରନ୍ତ ଅଭିଯୁକ୍ତକୁ ଚିହ୍ନଟ କରିହେବ ବୋଲି କହିଛନ୍ତି ସମୀର ।

Leave A Reply

Your email address will not be published.