xmas

ସହିଦ ସପ୍ତାହ ପୂର୍ବରୁ ସୀମାନ୍ତରେ ମୁଣ୍ଡ ନେଲେ ମାଓବାଦୀ : ସହିଦ ସପ୍ତାହରେ ସୁରକ୍ଷା ଦ୍ରୁଷ୍ଟିରୁ ମାଲକାନଗିରି ଜିଲ୍ଲାରେ ସରକାରୀ ବସ ଚଳାଚଳ ବନ୍ଦ ।

ମାଲକାନଗିରି, ୨୭।୭: ସହିଦ ସପ୍ତାହ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୁଣି ମୁଣ୍ଡ ନେଲେ ମାଓବାଦୀ । ପୋଲିସ ଇନ୍ଫୋର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲା ଅନ୍ତର୍ଗତ ମରୋକିଗ୍ରାମର ଦେବା ନାମକ ଜଣେ ବ୍ୟକ୍ତିଙ୍କୁ ଗତକାଲି ବିଳମ୍ବିତ ରାତିରେ କିଛି ସଶସ୍ତ୍ର ମାଓବାଦୀ ଆସି ଘରୁ ଡାକି ନେଇ ଗ୍ରାମ ନିକଟରେ ହିନ ନିର୍ମମ ଭାବେ ହତ୍ୟା କରିଥିଲେ । ତେବେ ପୋଲିସ ଇନ୍ଫୋର୍ମର ସନ୍ଧେହରେ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଅଞ୍ଚଳରେ ଏହାକୁ ନେଇ ଭୟର ବାତାବରଣ କେହଳି ଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଥିବା ସୂଚନା ମିଳିଛି । ତେବେ ୨୮ ତାରିଖ ଠାରୁ ମାଓବାଦୀ ମାନେ ସହିଦ ସପ୍ତାହ ପାଳନ କରିବାକୁ ଥିବାବେଳେ ବର୍ତ୍ତମାନ ଏଭଳି ହତ୍ୟା କାଣ୍ଡ କରି ମାଓବାଦୀ ମାନେ ନିଜର ସ୍ଥିତି ଜାହିର କରିଛନ୍ତି । ଅନ୍ୟପଟେ ଏହି ସହିଦ ସପ୍ତାହକୁ ନଜରରେ ରଖି ମାଲକାନଗିରି ଏବଂ ସୀମାନ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ସର୍ଚ ଅପରେସନକୁ ଜୋରଦାର କରାଯାଇଛି । ଏହି ସହିଦ ସପ୍ତାହରେ ମାଓବାଦୀ ମାନେ ଅଧିକ ହିଂସ୍ର ହେଉଥିବାର ନଜିର ରହିଥିବା ବେଳେ ସୁରକ୍ଷା ଦ୍ରୁଷ୍ଟିରୁ ୨୮ ତାରିଖରୁ ଆସନ୍ତା ମାସ ୩ ତାରିଖ ପର୍ଯ୍ଯନ୍ତ ମାଲକାନଗିରି ଜିଲ୍ଲାରେ ସମସ୍ତ ସରକାରୀ ବସ ଚଳାଚଳକୁ ବନ୍ଦ ରଖାଯାଇଛି ।

Leave A Reply

Your email address will not be published.