xmas

ନିର୍ବାଚନ ବେଳେ ଦିଆଯାଉଛି ‘ମାଗଣା’ ବଂଟା ପ୍ରତିଶ୍ରୁତି। ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ।

ନିର୍ବାଚନ ବେଳେ ରାଜନୈତିକ ଦଳଗୁଡିକ ଗଦା ଗଦା ପ୍ରତିଶ୍ରୁତି ଦେଇଥାନ୍ତି । ମାଗଣା ସ୍କିମ୍ ଘୋଷଣା କରିଥାନ୍ତି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ବିଶେଷ କରି କେନ୍ଦ୍ର ସରକାରଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । କାହିଁକି କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ପକ୍ଷ ରଖୁନାହାନ୍ତି, ମାଗଣା ସ୍ମିମ୍ ଜାରି ରହିବ କି ବନ୍ଦ ହେବ, ଏ ନେଇ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମାମଲାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୩ ତାରିଖରେ ହେବ ।

ନିର୍ବାଚନ ପ୍ରଚାରରେ ରାଜନୈତିକ ଦଳଗୁଡିକ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଥାନ୍ତି । ବିଜୁଳି ଠାରୁ ଆରମ୍ଭ କରି ବିଭିନ୍ନ ମାଗଣା ସ୍କିମ୍ ଘୋଷଣା କରିଥାନ୍ତି । ଯାହାକୁ ଏକ ଗୁରୁତର ପ୍ରସଙ୍ଗ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କାହିଁକି କେନ୍ଦ୍ର ସରକାର, ଏ ପ୍ରସଙ୍ଗରେ ପକ୍ଷ ରଖିବାକୁ ପଛଘୁଞ୍ଚା ଦେଉଛନ୍ତି, ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ ପଚାରିଛନ୍ତି

କ’ଣ କହିଲେ ସୁପ୍ରିମକୋର୍ଟ?
ଏହାକୁ ଗୁରୁତର ପ୍ରସଙ୍ଗ ବୋଲି ଭାବୁନାହାନ୍ତି କି କେନ୍ଦ୍ର ସରକାର?
ନିର୍ବାଚନ ଆୟୋଗକୁ ଏ ନେଇ ନିଷ୍ପତି ନେବାକୁ କୁହାଯାଇଛି କି?
ଅର୍ଥ କମିସନଙ୍କ ମତାମତ ନିଆଯାଇଛି କି?
ଏ ନେଇ କେନ୍ଦ୍ର ସରକାରଙ୍କ ମତ କ’ଣ?
ମାଗଣା ବଣ୍ଟା ପ୍ରତିଶ୍ରୁତି ଜାରି ରହିବ ନା ବନ୍ଦ ହେବ?
ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ

ନିର୍ବାଚନ ପ୍ରଚାର ବେଳେ ରାଜନୈତିକ ଦଳଗୁଡିକ ମାଗଣା ବାଣ୍ଟିବାକୁ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି, ତାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ପ୍ରଧାନ ବିଚାରପତି ଏନ.ଭି, ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।

କୋର୍ଟରୁମରେ ଉପସ୍ଥିତ ଥିବା ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଆଇନଜୀବୀ କପିଲ୍ ସିବଲ କହିଛନ୍ତି –
ଏହା ଗୁରୁତର ପ୍ରସଙ୍ଗ, କିନ୍ତୁ ରାଜନୈତିକ ସ୍ତରରେ ନିୟନ୍ତ୍ରଣ କରିବା କଷ୍ଟ
ଅର୍ଥ କମିସନ ଏ ନେଇ ପଦକ୍ଷେପ ନେଇପାରିବେ
କେନ୍ଦ୍ର ସରକାର ଏ ନେଇ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେବା ସମ୍ଭବ ନୁହେଁ

ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ କେଏମ୍ ନଟରାଜ ଉପସ୍ଥିତ ଥିଲେ । ଏ ପ୍ରସଙ୍ଗ ଉପରେ ଦୃଷ୍ଟି ଦେବାକୁ ଅର୍ଥ କମିସନଙ୍କୁ ଜଣାଇବା ପାଇଁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମାମଲାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୩ ତାରିଖରେ ହେବ ।

Leave A Reply

Your email address will not be published.