xmas

କମ୍‌ ମାର୍କ ରହିବାରୁ ଜୀବନ ହାରିଲେ ଯୁକ୍ତ ଦୁଇ ଛାତ୍ର

ଯୁକ୍ତ ଦୁଇ ପରୀକ୍ଷାରେ କମ୍‌ ମାର୍କ ରହିବାରୁ ଜୀବନ ହାରିଲେ ଛାତ୍ର । ଗତକାଲି ଯୁକ୍ତ ୨ ବିଜ୍ଞାନ, ବାଣିଜ୍ୟ ଫଳାଫଳ ବାହାରିଥିବା ବେଳେ ଆଶାତୀତ ମାର୍କ ନ ଥିବାରୁ ଏପରି ଚରମ ପଦକ୍ଷେପ ଉଠାଇଥିଲେ ଛାତ୍ରଜଣକ । ଏପରି ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଢ଼ିପାପଡା ଅଞ୍ଚଳରେ ଘଟିଛି। ମୃତକ ହେଲେ ବାହାଦୁର ଗୁରୁମଙ୍କ ସାନ ପୁଅ ରୋହନ କୁମାର ଗୁରୁମ ।

ରୋହନ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ରେ +୨ ବିଜ୍ଞାନ ପଢୁଥିଲେ। ଗତକାଲି ଯୁକ୍ତ ଦୁଇ ଫଳ ବାହାରିଥିଲା ତାଙ୍କର ମୋଟ ୪୯% ପ୍ରତିଶତ ମାର୍କ ଥିଲା । ମାଟ୍ରିକ ପରୀକ୍ଷାରେ ୭୧% ମାର୍କ ରଖିଥିବା ରୋହନ ଭବିଷ୍ୟତରେ ମେଡିକାଲ ପଢ଼ିବାକୁ ଆଶା ରଖିଥିଲେ। ମାତ୍ର ଯୁକ୍ତ ୨ ମାର୍କ ଦେଖି ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ି ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ।

ଗତକାଲି ରାତିରେ ବାଥରୁମ ଯାଉଛି କହି ଘର ପଛପଟେ ଥିବା ବାଥରୁମକୁ ଯାଉଥିଲେ। ସେଠାରେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଘର ଲୋକ ରୋହନ ଆସିବାର ବିଳମ୍ବ ଦେଖି ଖୋଜାଖୋଜି କରିଥିଲେ । ଏହାପରେ ବାଥରୁମ୍‌କୁ ଯାଇ ଝୁଲନ୍ତା ଅବସ୍ଥାରେ ପୁଅକୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ତୁରନ୍ତ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଘଟଣା ଯୋଗୁ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

Leave A Reply

Your email address will not be published.