xmas

ଜିଲାସ୍ତରୀୟ ଉଜ୍ଜ୍ୱଳ ଭାରତ ଉଜ୍ବଳ ଭବିଷ୍ୟତ ବିଦ୍ୟୁତ ମହୋତ୍ସବ


ଫୁଲବାଣୀ- 28/07 ଦେଶ ସ୍ୱାଧୀନତା ର ୭୫ ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ଅଜାଦି କି ଅମୃତ ମହୋତ୍ସବ ଅବସରରେ ବିଦ୍ୟୁତ ମହୋତ୍ସବ ଆଜି ସ୍ଥାନୀୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇ ଥିଲା lଏଥିରେ ମୂଖ୍ୟ ଅତିଥୀ ଭାବେଜିଲା ପରିଷଦ ଅଧ୍ୟକ୍ଷ ନନ୍ଦିନୀ ମଲିକ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥୀ ଭାବେ ଅତିରିକ୍ତ ଜିଲା ପାଳ ବସନ୍ତ କୁମାର ସାହୁ, ଫୁଲବାଣୀ ବ୍ଲକ ଅଧ୍ୟକ୍ଷl ସସ୍ମିତା କହଁର, ପୌର ପରିଷଦ ଅଧ୍ୟକ୍ଷଶ୍ରୀମତି ସ୍ମିତା ରାଣୀ ମହାନ୍ତି ସାଧାରଣ ପରିଚାଳକ ଓପିଟିସି ଏଲ, ଉପ ସାଧାରଣ ପରିଚାଳକ ଓପି ଟି ସିଏଲ, ଫୁ ଲବାଣୀ ବିଧାୟକ ପ୍ରତିନିଧି ପଵିତ୍ରନାୟକ, ବାଲିଗୁଡା ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ,ଓଜି. ଉଦୟଗିରି ବିଧାୟକ ପ୍ରତିନିଧି ଦୀପକ ସାହୁ, ଟି ପି ଏସ ଓଁ ଡିଏଲ ବ୍ରହ୍ମପୁର ଅଧିକ୍ଷଣ ଯନ୍ତ୍ରୀ, ଫୁଲବାଣୀ ନିର୍ବାହୀଯନ୍ତ୍ରୀଇଂ ମନୋଜ ମହାନ୍ତି ପ୍ରମୁଖ ଯୋଗ ଦେଇ କନ୍ଧମାଳ ଜିଲାରେ କେନ୍ଦ୍ର ଓରାଜ୍ୟସରକାର ଙ୍କ ବିଭିନ୍ନ ଯୋଜନାରେ ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟକ୍ରମଓନିରବିଛିନ ବିଦ୍ୟୁତ ସେବା ଯୋଗାଇବା, ଦିବାରାତ୍ର କଲ ସେଣ୍ଟରଖୋଲାଯିବା ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ lସେହିପରି ରାଜ୍ୟସରକାରଙ୍କ ବିଦ୍ୟୁତ କ୍ଷେତ୍ର ରେ ହୋଇଥିବା ଉନ୍ନୟନ ମୂଳକକାର୍ଯ୍ୟକ୍ରମ କୁ ଜନସାଧାରଣ ଙ୍କ ପାଖରେ ପହଂଚାଇବା ସହ ବିଦ୍ୟୁତ ର ସଦୁପଯୋଗ କରିବା ଓସୌର ଶକ୍ତି ବ୍ୟବହାର ର ସଫଳତା ସମ୍ପର୍କରେ ମଧ୍ୟ ବୁଝାଇଥିଲେ l ଏହି କାର୍ଯ୍ୟକ୍ରମ ରେ ବିଦ୍ୟୁତ ଉପଭୋକ୍ତା, ବୁଦ୍ଧିଜୀବି, ଟି ପି ଏସ ଓ ଡି ଏଲ କର୍ମଚାରୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.