xmas

କନ୍ଧମାଳ ଜିଲ୍ଲାରୁ ଯାଇ ରାଜଧାନୀରେ ନିଖୋଜ,ଥାନା ରେ ଏତଲା

ଫୁଲବାଣୀ -28/07
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ପାଜୀମାହା ଗ୍ରାମର ହରିଶ ଚନ୍ଦ୍ର ପଢ଼ ଗତ କିଛି ଦିନ ତଳେ ନିଜ ପୁଅ ସହମିଶି ଭୁବନେଶ୍ୱର ଯାଇଥିଲେ , ଆଉ ଭୁବନେଶ୍ୱର ର ସାଲିଆସାହି ରେ ରହୁଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ହରିଶ୍ଚନ୍ଦ୍ର ପୋଢ଼ ଶୁକ୍ରବାର ରାତି ରେ ବାହାରକୁ ଆସିଲା ପରେ ଆଉ ଘରକୁ ଫେରି ନ ଥିଲେ, ଅନେକ ସମୟ ପରେ ବି ବାପା ହରିଶ୍ଚନ୍ଦ୍ର ଘରକୁ ନ ଫେରିବା ରୂ ପୁଅ ବିଚଳିତ ହୋଇ ସେହି ରାତିରୁ ପୁଅବାପା ହରିଶଚନ୍ଦ୍ର
ପୋଢ଼ଙ୍କୁ ଖୋଜା ଖୋଜି କଲେ କିନ୍ତୁ ପାଇପାରିଲେ ନାହିଁ, ତେଣୁ ଭୁବନେଶ୍ୱର ନୟାପଲି ଥାନାରେ- 23/07/2022 ରିଖ ଦିନ ଏତଲା ଦେଇଥିବା ଜଣାପଡ଼ିଛି ହେଲେ ଆଜିକୁ ପାଞ୍ଚ ଦିନ ବିତିଯାଇଥିଲେ ସୁଧା ନୟାପଲି ପୋଲିସ କୌଣସି ସନ୍ଧାନ ପାଇନିl
କୌଣସି ସହୃଦୟ ଵ୍ୟକ୍ତି ଯଦି ଏହି ଵ୍ୟକ୍ତି ଙ୍କ ସନ୍ଧାନ ପାଆନ୍ତି
କିମ୍ବା ଦେଖନ୍ତି ତାହାହେଲେ,
ଦୟାକରି ଏହି ଫୋନ ନମ୍ବର -8480900035ରେ ଯୋଗାଯୋଗ କରିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି l

Leave A Reply

Your email address will not be published.