xmas

ଓଏଏସ୍ ସ୍ତରରେ ଅଦଳବଦଳ

ସରକାର ଆଜି ୩୧ଟି ବ୍ଲକରେ ନୂଆ ବିଡିଓଙ୍କୁ ଅବସ୍ଥାପିତ କରିବା ସହ ମୋଟ ୪୦ଜଣ ଓଏଏସ୍ ଅଫିସରଙ୍କୁ ନୂତନ ଦାୟିତ୍ୱ ଦେଇଛନ୍ତି । ପୂର୍ବରୁ ଗତ ୧୯ ତାରିଖରେ ୩୦ଟି ବ୍ଲକରେ ନୂଆ ବିଡିଓଙ୍କୁ ନିଯୁକ୍ତି ଦେଇଥିଲେ । ଆଜି ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଯୁଯୁମରା ବ୍ଲକ ବିଡିଓ ତଥା ଓଏଏସ୍ ଅଫିସର ସରୋଜ କୁମାର ବିଶ୍ୱାଳଙ୍କୁ ବିଜେପୁର ବିଡିଓ ଭାବେ ବଦଳି କରାଯାଇ ଥିବାବେଳେ ବାଲିଗୁଡ଼ା ତହସିଲଦାର ଶଶାଙ୍କ କୁମାର ପାତ୍ରଙ୍କୁ ବାଲିଗୁଡ଼ା ବିଡିଓ, କେ.ନୂଆଗାଁ ବିଡିଓ ଶରତ କୁମାର ପାତ୍ରଙ୍କୁ ରାଇକିଆ ବିଡିଓ, ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ ନିଶ୍ଚିତକୋଇଲି ବିଡିଓ, ପରଜଙ୍ଗ ବିଡିଓ ବିନୋଦ ବିହାରୀ ବେହେରାଙ୍କୁ କିଶୋରନଗର ବିଡିଓ, ସହରପଡ଼ା ବିଡିଓ ଲମ୍ବୋଦର ଖୁଣ୍ଟିଆଙ୍କୁ ରଘୁନାଥପୁର ବିଡିଓ, ତିରିଙ୍ଗି ବିଡିଓ ଜ୍ୟୋତିମୟୀ ପ୍ରଧାନଙ୍କୁ ସୁନ୍ଦରଗଡ଼ର ବାଲିଶଙ୍କରା ବ୍ଲକ ବିଡିଓ ଭାବେ ବଦଳି କରାଯାଇଛି ।ସେହିପରି ଓଏଏସ୍ ବାସନ୍ତୀ ଲାକ୍ରାଙ୍କୁ ତିରିଙ୍ଗି ବ୍ଲକ ବିଡିଓ, ତୃପ୍ତୀ ବରାଳଙ୍କୁ କୁଆଁରମୁଣ୍ଡା ବ୍ଲକ ବିଡିଓ, ବିକାଶ ଚନ୍ଦ୍ର ସାହୁଙ୍କୁ ଯୁଯୁମରା ବିଡିଓ, ପ୍ରସନ୍ନ କୁମାର ପଣ୍ଡାଙ୍କୁ ଢେଙ୍କାନାଳ ସଦର ବିଡିଓ, ବିଜୟ କୁମାର ସଏଙ୍କୁ ବରପାଲି ବିଡିଓ, ମନୋଜ କୁମାର ଦେବତାଙ୍କୁ ଗାଇସିଲେଟ୍ ବିଡିଓ, ପ୍ରବୀଣ କୁମାର ବଣୁଆଙ୍କୁ ପରଜଙ୍ଗ ବିଡିଓ, ଶଙ୍କର ପ୍ରସାଦ ସାହୁଙ୍କୁ କଙ୍କଡ଼ାହାଡ଼ ବିଡିଓ, ସଞ୍ଜିବ କୁମାର ପଟେଲଙ୍କୁ ଧଙ୍କୁଉଡ଼ା ବ୍ଲକ ବିଡିଓ, କୃଷ୍ଣଚନ୍ଦ୍ର ଦଳପତିଙ୍କୁ ରେଙ୍ଗାଳୀ ବିଡିଓ, ଜ୍ୟୋତିପ୍ରକାଶ ସେଠୀଙ୍କୁ ରଣପୁର ବିଡିଓ, ଜିତେନ୍ଦ୍ର କୁମାର ନାୟକଙ୍କୁ ବାଲିକୁଦା ବିଡିଓ, ପୂର୍ଣ୍ଣଚନ୍ଦ୍ର ଭୋଇଙ୍କୁ ଝାରସୁଗୁଡ଼ା ବିଡିଓ, ଅର୍ଜୁନ ପ୍ରଧାନଙ୍କୁ କୋଟଗଡ଼ ବିଡିଓ, କାମଦେବ ସମାଦାରଙ୍କୁ ଆର. ଉଦୟଗିରି ବିଡିଓ, ଉମାକାନ୍ତ ପରିଡ଼ାଙ୍କୁ ଝୁମ୍ପୁରା ବିଡିଓ, ବିଜୟ କୁମାର ନାୟକଙ୍କୁ ତେଲକୋଇ ବିଡିଓ, ଅବନୀକାନ୍ତ ସାହୁଙ୍କୁ ରସୁଲପୁର ବିଡିଓ, ଫକୀର ଚରଣ ପରିଡ଼ାଙ୍କୁ ଆସିକା ବିଡ଼ିଓ, ନମିତା ବାରିକଙ୍କୁ ଡେରାବିଶି ବିିଡ଼ିଓ, ନିଳାମ୍ବର ମହାନନ୍ଦାଙ୍କୁ ତିଲେବିନି ବିଡିଓ, ସ୍ମରଣିକା ତୁଲୋଙ୍କୁ ମାନେଶ୍ୱର ବିଡିଓ, ରୋଶନ ଶତପଥୀଙ୍କୁ ବେଲଗୁଣ୍ଠା ବିଡିଓ ଓ ମନୋଜ କୁମାର ପାଢ଼ୀଙ୍କୁ ଟିକାବାଲି ବିିଡ଼ିଓ ଭାବେ ବଦଳି କରାଯାଇଛି ।ତେବେ ୩ଜଣ ଓଏଏସ୍ ଅଫିସର ଯଥା- ଦେବଯାନୀ ଭୂୟାଁଙ୍କୁ ଉଦଳା, ସଂଗ୍ରାମ କେଶରୀ ପରିଡ଼ାଙ୍କୁ ବେତନଟୀ ବିଡିଓ,ବିଜୟ କୁମାର ପଟେଲଙ୍କୁ ତରଭାଙ୍କ ବଦଳି ବାତିଲ କରାଯାଇ ସେମାନଙ୍କୁ ପୂର୍ବଭଳି ନିଜ ସ୍ଥାନରେ କାମ କରିବାକୁ ଅନୁମତି ଦିଆଯାଇଛି । ସେହିପରି ରଣପୁର ବିଡିଓ ଋତୁପୂର୍ଣ୍ଣା ମହାପାତ୍ରଙ୍କୁ ରାଜସ୍ୱ ବିଭାଗକୁ ଫେରାଇ ଦିଆଯିବା ପରେ ତାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗରେ ଭୁବନେଶ୍ୱରସ୍ଥିତ ଆରପିଆରସି ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ସେହିପରି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଗୁୁଣୁପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ ତଥା ବରିଷ୍ଠ ଓଏଏସ୍ ଲୋକନାଥ ଦଳବେହେରାଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେହିପରି ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ବରିଷ୍ଠ ଓଏଏସ୍ ନୀଳମାଧବ ଭୋଇଙ୍କୁ ବହ୍ମପୁର ଉପଜିଲ୍ଲାପାଳ ଭାବେ ଅତିରିକ୍ତ ଦାୟିତ୍ୱ, ବାଲେଶ୍ୱର ଅତିରିକ୍ତ ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କୁ ବାଲେଶ୍ୱର ଉପଜିଲ୍ଲାପାଳ, ସମ୍ବଲପୁର ଉନ୍ନୟନ ପ୍ରାଧିକରଣ ସଚିବ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କୁ ସମ୍ବଲପୁର ଉପଜିଲ୍ଲାପାଳ, ନବରଙ୍ଗପୁର ଅତିରିକ୍ତ ଉପଜିଳ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ ଭାବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.