xmas

୬ ଦଫା ଦାବୀପୂରଣ ନେଇ କନ୍ଧମାଳ ଜ଼ିଲ୍ଲା କଳାକାର ସଙ୍ଘ ର ରା଼ଲ୍ଲୀ ଓ ବିକ୍ଷୋଭ

ଫୁଲବାଣୀ 28/07 ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟକଳାପ ଏବଂ କଳାକାର ଙ୍କପ୍ରତି ଅଶାଳୀନ ବ୍ୟବହାର, ପା ତର ଅନ୍ତର ନୀତି ର ଘୋର ପ୍ରତିବାଦ କରି ଆଜି ହଜାର ହଜାର କଳାକାର ଶାନ୍ତିପୂର୍ଣ୍ଣ ଭାବେ ପାରମ୍ପରିକ ବେଶ ପୋଷାକ ପରିଧାନ କରି ପାରମ୍ପରିକ ବାଦ୍ୟ ନୃତ୍ୟ ର ତାଳେ ତାଳେ ବିରାଟ ପାଟୁଆର ରେ ମାଦିକୁନ୍ଦା ଛକରୁ ବାହାରି ଜ଼ିଲ୍ଲା ପାଳ ଙ୍କ କାର୍ଯାଳୟ ପର୍ଯ୍ୟନ୍ତ ଯାଇ କନ୍ଧମାଳ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କୁ ଭେଟି ଛଅଦଫା ଦାବୀପତ୍ର ପ୍ରଦାନ କରିଛନ୍ତି ପ୍ରମୁଖ ଦାବୀ ଗୁଡିକ ହେଲା କଳାକାର ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଅସମ୍ମାନ କରୁଥିବା ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଙ୍କୁ ଚବିଶ ଘଣ୍ଟା ଭିତରେ ବଦଳି କରାଯାଉ l ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରେଜିଷ୍ଟ୍ରସନ ମାଧ୍ୟମ ରେ କନ୍ଧମାଳ ଜ଼ିଲ୍ଲା ରେ କଳାକାର ଚୟନ ପ୍ରକ୍ରିୟା ରେ ଲୋକ କଳାକାର ସଂକୀର୍ତ୍ତନ ମଣ୍ଡଳୀ ସୁଯୋଗ ରୂ ବଞ୍ଚିତ କରାଯାଇଛି l ତୁରନ୍ତ ସେମାନଙ୍କୁ ସାମିଲ କରାଯାଉ l ଜିଲାରେ ଥିବା ଭାଗବତ ଟୁଙ୍ଗୀ ର ପୁନଃ ଉଦ୍ଧାର କରାଯାଉ l କଳାକାର ଙ୍କୁ ଅତି ଶୀଘ୍ର ପେନସନ ଦିଆଯାଉ l ବିଶ୍ୱ ମହାମାରୀ କୋରନା ରେ କ୍ଷତିଗ୍ରସ୍ତ ପେସାଦାର କଳାକାର ଙ୍କୁ ସଚେତନତା କାର୍ଯ୍ୟକ୍ରମ ଦିଆଯାଉ ଏବଂ ସ୍ୱାଭିମାନ କଳାକାର ଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉ lଜ଼ିଲ୍ଲା ପାରମ୍ପରିକ ଲୋକକଳା ସଂଘ ର ସଭାପତି ଅକ୍ଷୟ କର୍ଣ୍ଣ ଙ୍କ ନେତୃତ୍ୱ ରେ ବାରଗୋଟି ବ୍ଲକ ର ଉପ ସଭାପତି ସମେତ ବହୁ ଲୋକକଳା ଯୋଗଦେଇ ଥିଲେ l ଜ଼ିଲ୍ଲା ପ୍ରଶାସନ ତୁରନ୍ତ ଦାବୀ ପୂରଣ ନକଲେ ଆଗାମୀ ଦିନରେ କଳାକାର ମାନେ ଆନ୍ଦୋଳନ କୁ ଜୋରଦାର କରିବାକୁ ଜିଲା କଳାକାର ସଙ୍ଘ ସଭାପତି ଅକ୍ଷୟ କୁମାର କର୍ଣ୍ଣ , ଉପଦେଷ୍ଟା ତଥା ଆଇନଜୀବୀ ସତ୍ୟନାରାୟଣ ବେହେରା ଚେତାବନୀ ଦେଇଛନ୍ତି l

Leave A Reply

Your email address will not be published.