xmas

ଭାଙ୍ଗିଲା ଗାଁମ୍ପାକୋଣ୍ଡା ମୁଖ୍ୟ କେନାଲ।

କାଲିମେଳା ତା ୧୯/୭ ମାନ୍ୟୁମକୋଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ଏମ :ପି ଭି: 75 ଗାଁ ପାଶ୍ୱ ଦେଇ ଯାଇଥିବା ଗୋମ୍ପାକୋଣ୍ଡା ମୂଖ୍ୟ କେନାଲ ଏମ :ପି: ଭି :୭୫ ଗ୍ରାମ ନିକଟ ରେ ଭାଙ୍ଗି ଯାଇଛି କେନାଲ ଫଳରେ କେନାଲ ତଳଭାଗ ରେ ଥିବା ସମସ୍ତ ଚାଷ୍ ଜମି ନଷ୍ଟ ହୋଇ ଯାଇଛି ହଜାରରୁ ଉର୍ଦ୍ଧ୍ବ ଏକର ଚାଷ ଜମିରେ କେନାଲ ପାଣି ମାଡି ଯାଇ ଫସଲ ନଷ୍ଟ ହୋଇଛି।ଚାଷୀ ଙ୍କ ଜମିରେ ପ୍ରାୟ 5 ରୁ 7 ଫୁଟ ର କେନାଲ ପାଣି ପ୍ରବାହିତ ହେଉଅଛି। ଯଦ୍ବାରାକି ଏକର ଏକର ଚାଷ ଜମି ବର୍ତ୍ତମାନ ବାଲି ଚୋର ହୋଇଛି ସମ୍ପର୍ଣ୍ଣ ଚାଷ ଜମି ଜଳମଗ୍ନ ହୋଇପଡିଛି ସମସ୍ତ ଫସଲ ନଷ୍ଟ ହୋଇଛି।ଆଜି ସକାଳ ଭୋର୍ ରେଏହି ଜାଗାରେ କେନାଲ ଭାଙ୍ଗି ଯାଇଥିବା ସମ୍ପର୍କରେ ମିଲିଛି ସୂଚନା। ଖବର ପାଇ ପଟେରୁ ଜଳ ସେଚନ ବିଭାଗ ର ଅଧିକାରୀ ଘଟଣା ସ୍ଥଳ ରେ ପହଁଚି କିପରି ଓ କେଉଁ କାରଣରୁ ଏଇ ଜାଗାରେ କେନାଲ ଭାଙ୍ଗିଛି ସେ ନେଇ ତଦନ୍ତ କରିବା ସହିତ ଭାଙ୍ଗି ଯାଇଥିବା କେନାଲ ର ମରାମତି ପାଇଁ ବିଭାଗୀୟ ଆଲୋଚନା ପୂର୍ବକ କିପରି ଅତି ଶୀଘ୍ର ଏହାର ମରାମତି କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ମାନଙ୍କୁ ବୁଝାସୁଝା କରିଛନ୍ତ ।

Leave A Reply

Your email address will not be published.