xmas

ବିଦ୍ୟୁତ ସଂଯୋଗ ନଥିବାରୁ ସଠିକ ରୂପେ କାର୍ଯ୍ୟକାରୀ ହୋଇପାରୁନି ପୋଟେରୁ ଜଳ ସେଚନ ପ୍ରକଳ୍ପ ।

ମାଲକାନଗିରି, ୨୯।୭: ମାଲକାନଗିରି ଜିଲ୍ଲା ପୋଟେରୁ ଜଳ ସେଚନ ପ୍ରକଳ୍ପରେ ବିଗତ ପ୍ରାୟ ୧୮ ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ଯୋଗୁଁ କେନାଲରେ ଜଳ ଯୋଗାଇବା କଷ୍ଟକର ହୋଇ ପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ବାଲିମେଳାରେ ଥିବା ପୋଟେରୁ ଜଳ ସେଚନ ପ୍ରକଳ୍ପରେ ଗତ ୧୮ ଦିନ ହେବ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଛି । ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରରୁ ଏଠାକୁ ବିଦ୍ୟୁତ ସଂଯୋଗ କରଯାଇଥିବା ବେଳେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗତ ୧୮ ଦିନ ହେବ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଯାହା ଫଳରେ ପ୍ରକଳ୍ପରେ ଗଛିତ ଥିବା ଜଳକୁ କେନାଲ ଦ୍ଵାରା ଛାଡିବା କଷ୍ଟ ସାଧ୍ୟ ହୋଇପଡିଛି । ପ୍ରକଳ୍ପ ଅଧିକାରୀ ଜେନେରେଟର ମାଧ୍ୟମରେ କାର୍ଯ୍ୟ ଜାରି ରଖିଥିବା ବେଳେ ସେଥିରୁ ଉପକୁକ୍ତ ମାତ୍ରାରେ ବିଦ୍ୟୁତ ମିଳୁ ନଥିବାରୁ ଜଳ ନିଷ୍କାସନ ପାଇଁ ଥିବା ଗେଟ ଗୁଡିକ ଖୋଲିବା ଓ ବନ୍ଦ କରିବାରେ ନାନା ସମସ୍ୟା ଦେଖା ଦେଉଛି । ଏତେତ ବ୍ୟତୀତ ଉପର ମୁଣ୍ଡରୁ ବର୍ଷା କିମ୍ବା ଅନ୍ୟ କୌଣସି ଜଳ ଆସିଲେ ତାକୁ ମଧ୍ୟ ପ୍ରକଳ୍ପରେ ଗଛିତ କରି ବଳକା ଜଳକୁ ଶିଷ୍କାସିତ କରିବା କର୍ମଚାରୀଙ୍କ ପାଇଁ କାଠିକର ପାଠ ହୋଇ ପଡିଛି । ଫଳରେ ପୋଟେରୁ ଜଳ ସେଚନ ପ୍ରକଳ୍ପ ସଠିକ ରୂପେ କାର୍ଯ୍ୟ କାରୀ ହେଉ ନଥିବା ବେଳେ କେନାଲରେ ମଧ୍ୟ ଜଳ ସଠିକ ରୂପେ ନିଷ୍କାସିତ ହୋଇ ପାରିନଥିବା ଦେଖିବାକୁ ମିଳିଛି । ତେବେ କେବଳ ଏତିକି ନୁହେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ପ୍ରକଳ୍ପ ନିକଟରେ ଥିବା ଅନେକ ଘର ଗୁଡିକରେ ମଧ୍ୟ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଛି । ଦୀର୍ଘ ଦିନ ଧରି ଅନେକ ପରିବାର ଅନ୍ଧକାର ମଧ୍ୟରେ ରହୁଥିବା ବେଳେ ଏହି ଯାନ୍ତ୍ରିକ ତ୍ରୁଟିର ସମାଧାନ ବର୍ତ୍ତମାନ ପର୍ଯ୍ଯନ୍ତ ବାହାରି ପାରି ନାହି । ଏହା ସହ ପ୍ରକଳ୍ପରେ କାର୍ଯ୍ୟରତ କର୍ମଚାରୀ ମାନେ ମଧ୍ୟ ଅନ୍ଧକାର ଯୋଗୁଁ ରାତିରେ ନାନା ସମସ୍ୟା ଭୋଗୁଥିବା ପ୍ରକାଶ କରିଛନ୍ତି । ଏନେଇ ଆମେ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ତାହା ସମ୍ଭବ ହୋଇ ନଥିବାରୁ ଏହି ସମସ୍ୟାର ସମାଧାନ କେବେ ହେବ ଏବଂ ସବିଶେଷ ତଥ୍ୟ ମିଳି ପାରିନାହି ।

Leave A Reply

Your email address will not be published.