xmas

ବିଜେପି ଦଳ ତରଫରୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ କୁଶପୁତ୍ତଳିକା ଦାହ ।

ମାଲକାନଗିରି, ୨୯।୭: କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି ସମ୍ବୋଧନ କରିଥିବା ଘଟଣାକୁ ନେଇ ସାରା ଦେଶରେ ବିଭିନ୍ନ ରାଜ୍ୟରେ ଭାଜପା ତରଫରୁ ଶ୍ରୀ ଚୌଧୁରୀଙ୍କ ବିରୁଦ୍ଧରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶିତ ହୋଇଥିବା ବେଲେ ଆଜି ମାଲକାନଗିରି ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସଦର ମହକୁମା ସୁବାଷବୋସ ଛକ ନିକଟରେ ସତାଧୀକ ମହିଳା ଓ ପୁରୁଷ ଭାଜପା କର୍ମକର୍ତ୍ତା ଓ କର୍ମୀ ମାନେ ଏକ ଶୋଭା ଯାତ୍ରାରେ ଆସି ଶ୍ରୀ ଚୌଧୁରୀଙ୍କ କୁଶପୁତ୍ତଳିକା ଦାହ କରିଥିଲୋ ଏଥିରେ ବିଜେପି ମହିଳା ମୋର୍ଚା ସମ୍ପାଦିକା ବେଣୀ କାର୍ତୁଲ, ସଭାନେତ୍ରୀ ମମତା ମହାନ୍ତି, ସୌଦାମିନି ଆଚାର୍ଯ୍ୟ, ଦ୍ରୌପଦୀ ପଟ୍ଟନାୟକ ପ୍ରମୁଖଙ୍କ ସହ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲୋ

Leave A Reply

Your email address will not be published.