xmas

ଖୋଜିଲେ ମିଳିବନି ଆଉ ନନ୍ଦି ଭାଇ ପାନ।

29/07/2022
ମୟୂରଭଞ୍ଜ।

ବାରିପଦା ସହର ସ୍ଥିତ ଭଂଜପୁର ଛକରେ ଦୀର୍ଘ ୩୦ ବର୍ଷରୁ ଅଧିକ ଦିନ ଧରି ପାନ ଦୋକାନ କରିଥିବା ଶେଖର ନନ୍ଦି ଓରଫ ନନ୍ଦି ଭାଇ ଆଉ ନାହାନ୍ତି।ସେ ଗୁରୁବାର ଦିନ ସକାଳେ ୬୫ ବର୍ଷ ବୟସରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାରିପଦା ସହରରେ ପାନ ପାଇଁ ବେଶ ପରିଚିତ ଥିଲେ ନନ୍ଦି ଭାଇ।ସେ ଥିଲେ ଜଣେ ଅତି ଅମାୟିକ ଓ ମିଷ୍ଟଭାସି ବ୍ୟକ୍ତି। ନିଜର ନମ୍ର ଓ ଭଦ୍ର ସ୍ଵଭାଵ ପାଇଁ ସେ ଗ୍ରାହକ ମାନଙ୍କର ମନ ବେଶ ଜିଣି ପାରିଥିଲେ। ଖବର ପ୍ରଚାର ହେବାପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା। ଛକ ଆଉ ଖଟି ରେ ପାନୁଆ ମାନେ କଥା ହେଉଥିଲେ ଆଉ ମିଳିବନି ନନ୍ଦି ଭାଇ ପାନ। ଅଳ୍ପ ଦିନ ତଳେ ପାନ ବନାଉ ଥିବାବେଳେ ଉଚ୍ଚ ରକ୍ତ ଚାପ ଯୋଗୁଁ ପଡିଯାଇଥିଲେ ସେ।ଚିକିତ୍ସା ପାଇଁ
କଟକ ଯାଇ ସେଠାରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିଥିଲେ।ହେଲେ ବିଧିର ବିଧାନ କେ କରିବ ଆନ,ସହିଲାନି ଦଇବ ଗୁରୁବାର ସକାଳୁ ପୁଣି ଦେହ ଖରାପ ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ନେଇ ଯାଇଥିଲେ ପରିବାର ଲୋକେ।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପ୍ରକାଶ ଥାଉକି ନନ୍ଦି ଭାଇ ଏକଦା ରକ୍ସି ସିନେମା ହୋଲରେ ଲାଇଟମେନଭାବେ କାମ କରିବାସହ ବିଳମ୍ବ ରାତିରେ ପୋଷ୍ଟ ମେନ ଭାବେ ଡାକ ବାଣ୍ଟୁ ଥିଲେ। ପରେ ପରେ ପାନ ଦୋକାନ କରି ବେଶ ଲୋକ ପ୍ରିୟତା ହାସଲ କରିଥିଲେ ସେ ।ମୃତ୍ୟୁ ବେଳକୁ ତାଙ୍କର ପତ୍ନୀ, ପୁଅ, ବୋହୁ, ବଡ ଝିଅ, ଜ୍ୱାଇଁ, ଦୁଇ ଭାଇ, ପୁତୁରା, ଝିଆରୀ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଅମର ସେଠି, ସୋମନାଥ ସିଂହ, ମାନସ ମହାନ୍ତି, ସଞ୍ଜୟ ମିଶ୍ର, ସରୋଜ ମିଶ୍ର, ଆଲୋକ ବାରିକ ବୁଢ଼ୀଖମାରୀ ବ୍ରାହ୍ମଣ ଶାସନର ଅଂଚଳ ବାସୀ ତଥା ବାରିପଦା ସହରର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ବାରୁଣୀ ଶ୍ମସାନରେ ନନ୍ଦିଭାଇ ଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା।ପୁତ୍ର ସୁକୁମାର ନନ୍ଦି ମୁଖାଗ୍ନି ଦେଇଥିଲେ।

Leave A Reply

Your email address will not be published.