xmas

ତାଯୁଙ୍ଗିଆ ରାସ୍ତା ସରିବାର ମାସକେଇଟାରେ ରାସ୍ତାଦବିଲାଣି, ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

ଫୁଲବାଣୀ 29/07
କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ସରିଲାl ଲୋକେଏବେ ଟିକିଏ ଆରାମ ରେ ଯା ଆସ କରିବେ ବୋଲି ଭାବିଥିଲେ ହେଲେ ରାସ୍ତା ନିର୍ମାଣ ର ମାସ କେଇଟା ହେଇଚି କି ନାହିଁ ଚଳିତ ଲଗାଣ ବର୍ଷl ରେ ରାସ୍ତା ଦବିବା ସହ ପିଚୁ ବି ଠାଏ ଠାଏ ଉଠିଗଲାଣି l
ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଂଚଳ ବାସି ଅଭିଯୋଗ କରିଛନ୍ତି l ଗୁଡ଼ି ଉଠିଯିବା ଫଳରେ ବାୟୁ ପ୍ରଦୂଷଣ ବି ହେଉଛି l
ସୂଚନା ଯୋଗ୍ୟ ଯେ, ପ୍ରାୟ ୨କୋଟି ପାଞ୍ଚ ଲକ୍ଷ ୫ ୮ ହଜାର ଟଙ୍କା ବ୍ୟୟରେ ଦାରିଂବାଡ଼ି ପି ଡବ୍ଲୁଡ଼ି ରାସ୍ତା ରୂ ମହାଗୁଡି କଲିଙ୍ଗୀ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେଚାରି କିମି ତିନିଶହପଚାଶ ମିଟର ରାସ୍ତା ନିର୍ମାଣ ହୋଇଥିଲା l
ତେଵେ ଠିକାଦାର ଓଯନ୍ତ୍ରୀ ମିଶି କୁଆଡେ ନିମ୍ନ ମାନର କାର୍ଯ୍ୟକରି ସିଂହ ଭାଗ ଅର୍ଥ ହେରେଫେରେକରିଥିବା ଫଳରେ ରାସ୍ତା ସରିବାର ମାସ କେଇଟା ବି ଗଲାନି ରାସ୍ତାର ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି l


ସମ୍ପୃକ୍ତ ଅଂଚଳ ମାଓ ଇଲାକା ହୋଇଥିବାରୁ ବରିଷ୍ଠ ଯନ୍ତ୍ରୀଙ୍କ ଏତେଟା ନଜର ନପଡିବା ଫଳରେ ଠିକଦା ର ଜଣଙ୍କ ବେଶ ନିଜ ମନ ଇଚ୍ଛାରେ ଏସବୁ କାର୍ଯ୍ୟ କରିଥଲେ lଫଳ ରେ କୋଟି କୋଟି ଟଙ୍କା ମୂଲ୍ୟର ରାସ୍ତl ଦାବୀ ନଷ୍ଟ ହେବାକୁ ବସିଲାଣି lଏ ନେଇ ଦାୟିତ୍ୱରେ ଥିବା ଯନ୍ତ୍ରୀ ଙ୍କୁ ମତାମତ ପାଈଁ ଯୋଗlଯୋଗକରାଯାଇଥିଲେ ବି ସମ୍ବବ ହୋଇପାରିନାହିଁ l ଜିଲ୍ଲାପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି l

Leave A Reply

Your email address will not be published.