xmas

ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ବର୍ଷା ପ୍ରିୟଦର୍ଶିନୀ

ଗିରଫଦାରୀକୁ ଏଡ଼ାଇବା ପାଇଁ ଆଗୁଆ ଜାମିନ ଆବେଦନ କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ନିଜ ସଂସଦ ପତି ଅନୁଭବଙ୍କ ଜଣେ କର୍ମଚାରୀଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ପକ୍ଷରୁ ନୋଟିସ୍ ପାଇବା ପରେ ବର୍ଷା ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବର୍ଷାଙ୍କ ସମେତେ ତାଙ୍କ ମା’ ଦୀପା ସାହୁ ଓ ଜଣେ ଝିଅରୀଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିବା ବେଳେ ୩ ଜଣ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଚନ୍ତି।

ମିଳିଥିବା ସୂଚନା ଅନୁସାରେ, ଅନୁଭବଙ୍କ ଦିଲ୍ଲୀସ୍ଥିତ କ୍ୱାର୍ଟର୍ସରେ ତାଙ୍କର ଜଣେ ବ୍ୟକ୍ତିଗତ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଚଳିତ ଜୁଲାଇ ମାସ ୨୨ତାରିଖରେ ଏସ-ଏସଟି ଆଣ୍ଡରେ ମାମଲା ରୁଜୁ କରିଛି । ତେବେ ଅନୁଭବଙ୍କ ବ୍ୟକ୍ତିଗତ ସହାୟକଙ୍କ ସହ ଏହି ଘଟଣା ୨୦୧୯ ଜୁଲାଇ ୯ ତାରିଖରେ ଘଟିଥିଲା । ବର୍ଷା, ତାଙ୍କ ମା’ ଓ ଝିଆରୀ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା, ଦୁର୍ବ୍ୟବହାର କରିବା, ଧମକଚମକ ଦେବା ଆଦି ନେଇ ଦିଲ୍ଲୀର ଏକ ଥାନାରେ ଅଭିଯୋଗ ହୋଇଥିଲା।

ମାତ୍ର ଘଟଣା ଘଟିବାର ଦୀର୍ଘ ୩ବର୍ଷ ପରେ ଦିଲ୍ଲୀ ପୁଲିସ ନିକଟରେ କାହିଁକି ମାମଲା ରୁଜୁ ହେଲା ତା’ର ଏବେ ସସପେନ୍ସ ଘେରରେ । ଯଦି ଏହି ଅଭିଯୋଗ ପ୍ରମାଣିତ ହୁଏ, ତା’ହେଲେ ବର୍ଷାଙ୍କ ପାଇଁ ଆଇନଗତ ଅଡ଼ୁଆ ବଢ଼ିବାର ଆଶଙ୍କା ରହିଛି ।

ଅଭିନେତ୍ରୀ ବର୍ଷାଙ୍କ ନାମରେ ଦିଲ୍ଲୀରେ ମାମଲା ରୁଜୁ ହେବା ପରେ ଦିଲ୍ଲୀ ପୁଲିସର ଏକ ଟିମ୍ ଗତ ଜୁଲାଇ ୨୫ତାରିଖରେ କଟକ ଆସି ବର୍ଷାଙ୍କୁ ଜେରା ପାଇଁ ପ୍ରୟାସ କରିଥିଲା । କିନ୍ତୁ ପୁରୀ ଘାଟ ଥାନାରୁ ସହଯୋଗ ନ ମିଳିବାରୁ ଦିଲ୍ଲୀ ପୁଲିସ ବାଧ୍ୟ ହୋଇ ନୋଟିସ ଦେଇ ଫେରି ଯାଇଥିଲେ । ଦିଲ୍ଲୀରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ଜାରି କରାଯାଇଛି।

ଦିଲ୍ଲୀ ପୁଲିସ ଫେରିଯିବା ପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜ ବଡ଼ଭଉଣୀଙ୍କ ସହ ପୁରୀଘାଟ ଥାନାକୁ ଆସି ଦିଲ୍ଲୀ ପୁଲିସର ନୋଟିସକୁ ଗ୍ରହଣ କରିଥିଲେ। ଏହାପରେ ଆଜି ଜାମିନ ଆବେଦନ କରିଛନ୍ତି । ନିଜ ମା’ଙ୍କ ବୟାସାଧୀକକୁ କାରଣ ଦର୍ଶାଇ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି।

Leave A Reply

Your email address will not be published.