xmas

ଚାଲିଗଲେ ଆଉ ଜଣେ ଅଭିନେତା

ଟିଭି ଇଣ୍ଡଷ୍ଟ୍ରିକୁ ଲାଗିଲା ଆଉ ଏକ ଶକ୍ତ ଝଟକା। କିଛି ଦିନ ପୂର୍ବେ ଛୋଟ ପରଦାର ‘ଭାବୀଜୀ ଘର ପର ହେଁ’ ସିରିଏଲ ଫେମ୍‌ ମଲଖାନ ଓରଫ ଦୀପେଶ ଭାନ ଆଖି ବୁଜିଥିଲେ। ଏବେ ପୁଣି ଥରେ ମିଳିଛି ଆଉ ଏକ ଦୁଃଖଦ ଖବର । ଟିଭି ଇଣ୍ଟଷ୍ଟ୍ରୀର ବର୍ଷୀୟାନ କଳାକାର ରସିକ ଦବେ ଗତକାଲି ରାତିରେ ଆଖି ବୁଜିଛନ୍ତି । ରସିକ ଦୀର୍ଘ ଦିନ ହେଲା କୀଡନୀଜନିତ ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିଲା। ଜୀବନ ଯୁଦ୍ଧରେ ସଂଘର୍ଷ କରି କରି ଶେଷରେ ହାରି ଯାଇଛନ୍ତି ଏହି ଲୋକପ୍ରିୟ ଅଭିନେତା। ଗତକାଲି ରାତି ପ୍ରାୟ ୮ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଆଜି ତାଙ୍କ ଅନ୍ତିମ ସଂସ୍କାର କରାଯିବ ।

ପ୍ରାୟ ୨ ବର୍ଷ ପୂର୍ବେ ରସିକ କୀଡନୀଜନିତ ସମସ୍ୟାରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏହାପରେ ନିୟମିତ ଭାବେ ତାଙ୍କର ଡାଏଲସିସି ଚାଲିଥିଲା। କିନ୍ତୁ ତାଙ୍କ ଅବସ୍ଥା ଧୀରେ ଧୀରେ ବିଗିଡ଼ିବାକୁ ଲାଗିଲା ଏବଂ ପ୍ରାୟ ମାସେ ହେବ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ପ୍ରାୟ ୧୫ ଦିନ ହେବ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ରସିକ ଦବେ ଗତକାଲି ରାତିରେ ଆଖି ବୁଜିଛନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.