xmas

ଛିଡୁଛି ବିଜେପି ବଢୁଛନ୍ତି ବାପି

ଗତ ମୁନିସିପାଲିଟି ନିର୍ବାଚନ ରେ ବିଜେଡି କୁ କଡା ଟକ୍କର ଦେଇ ବାପି କାଉନସିଲର ଙ୍କ ସହ ଉପାଧ୍ୟକ୍ଷା ପଦବୀ ମଧ୍ଯ ହାତେଇ ନେଲେ | ଏପରିକି ସ୍ତାନୀୟ ବିଧାୟକ ଙ୍କୁ ଭରସା ନକରି ଜଣେ କାଉନ୍ସିଲର ମଧ୍ଯ କ୍ରସ୍ ଭୋଟିଂ କଲେ | ବାପି ସର୍ଖଲେ ଗତ କିଛି ମାସ ହେବ ପାରାଦୀପ୍ ରେ ନିଜର ଦବଦବା ଦେଖାଉଥିବା ବେଳେ ଏବେ ବିଜେପି ର ଜଣେ କାଉନ୍ସିଲର ଆଜି ବାପି ସର୍ଖଲେଙ୍କ ଆମ ପାରାଦୀପ୍ ଆମ ପ୍ରଗତି ରେ ସାମିଲ ହୋଇଛନ୍ତି |ଆମ ପାରାଦ୍ଵୀପ ଆମ ପ୍ରଗତି ତତଫରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ଏହି ମିଶ୍ରଣ ପର୍ବରେ ବି ଜେ ପି ଦଳରୁ ଜିତିଥିବା ୧୭ ନମ୍ବର ୱାର୍ଡର କାଉନସିଲର ଶ୍ରୀମତୀ ରୁନି ପରିଡ଼ା ଓ ତାଙ୍କର ସ୍ବାମୀ ଶ୍ରୀଯୁକ୍ତ ଚକ୍ରଧର ପରିଡ଼ାଙ୍କ ସହିତ ତାଙ୍କର ଶତାଧିକ କର୍ମୀ ଆମ ପାରାଦ୍ଵୀପ ଆମ ପ୍ରଗତିର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବାପି ସର୍ଖେଲଙ୍କ ନେତୃତ୍ବକୁ ସମର୍ଥନ ଜଣାଇ ଆମ ପାରାଦ୍ଵୀପ ଆମ ପ୍ରଗତିର କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ସାମିଲ ହେଲେ ବୋଲି ଶ୍ରୀମତୀ ରୁନୀ ପରିଡା ଘୋଷଣା କରିଛନ୍ତି ! ଏହି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସହଯୋଗ କରିଥିଲେ, ବରିଷ୍ଠ କାଉନସିଲର ୧୮ ନମ୍ବର ୱାର୍ଡର ଶ୍ରୀଯୁକ୍ତ କାମ୍ବଲା ଜଗନ୍ନାଥ ରାଓ, ଅନ୍ୟ ମାନଙ୍କ ମଧ୍ୟରେ ପାରାଦୀପ ପୌର ପରିଷଦରେ ଉପାଧ୍ୟକ୍ଷା ଶ୍ରୀମତି ଛବିଲତା ରାଉତ,୧୪ ନମ୍ବର ୱାର୍ଡର କାଉନସିଲର ଶ୍ରୀମତି ସଂଘମିତ୍ରା ସ୍ୱାଇଁ,୧୩ ନମ୍ବର ୱାର୍ଡର କାଉନସିଲର ଶ୍ରୀମତି ସୁକ୍ରମୁନି ନାଗ,୧୫ ନମ୍ବର ୱାର୍ଡର କାଉନସିଲର ଶ୍ରୀମତୀ ସୌଦାମିନୀ ସାହୁ,୫ ନମ୍ବର ୱାର୍ଡର କାଉନସିଲର ଶ୍ରୀମତୀ ସ୍ୱପ୍ନାରାନି ଜେନା ଓ ଆମ ପାରାଦ୍ଵୀପ ଆମ ପ୍ରଗତିର ନେତୃମଣ୍ଡଳୀ ଉପସ୍ଥିତ ଥିଲେ ! ଆମ ପାରାଦ୍ଵୀପ ଆମ ପ୍ରଗତି ସହିତ ଆଉ ଜଣେ କାଉନସିଲର ଯୋଡ଼ି ହୋଇଥିବାରୁ ସଂଗଠନ ଶକ୍ତିଶାଳୀ ହେବା ସହିତ ଆଗାମୀ ଦିନରେ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଯେଉଁଭଳି ଥିଲା ତାହା ଆହୁରି ମଜଭୂତ ହେବ ବୋଲି ଶ୍ରୀଯୁକ୍ତ ବାପି ସର୍ଖେଲ ଆଶା ବ୍ୟକ୍ତ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି !

Leave A Reply

Your email address will not be published.