ଦେଶୀଯୁଗାଡରେ ନିଜ ପାଇଁ ନିଜେ କଲେ ଝୁଲା ପୋଲ

ଫୁଲବାଣୀ-୩୦/୦୭-ବାରମ୍ଵାର ଗୁହାରୀ ପରେବି ଶୁଣିଲାନି ପ୍ରଶାସନ। ଆଉ କେତେଦିନ ଅପେକ୍ଷା କରିଥାନ୍ତେ ଲୋକେ,? ଶେଷରେ ଦେଶୀ ଯୁଗାଡରେ ଗାଁ ଲୋକେ ନିଜେ ଚ।ନ୍ଦା କରି ଝୁଲା ପୋଲ ଟିଏ କରି ଏବେ ଯାଆ ଆସ କରୁଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାକ ନୂଆ ଗାଁ ବ୍ଳକ ର
ଡ଼ବେରିକିଆ ଗ୍ରାମରେ। ପ୍ରତିବର୍ଷ ବର୍ଷା ଦିନରେ ନାଳରେ ପାଣି ଆସିଲେ ଗାଁବାହାରକୁ ଆସିପାରନ୍ତିନି ଏହି ଗ୍ରାମର ଲୋକେ । ଦେହ ଖରାପ ହେଲେ ତ କଥା ସରିଲା। ପିଲାଏ ଅଙ୍ଗନବାଡି କେନ୍ଦ୍ରକି ସ୍କୁଲ କଲେଜ ମଧ୍ୟ ଯାଇପାରନ୍ତିନି । ଫଳରେ ଗ୍ରାମର ସମସ୍ତେ ମିଳିମିଶି ଶ୍ରମଦାନ କରିବା ସହିତ ଅର୍ଥ ସଂଗ୍ରହ କରି ତାର ଜାଲି ପକାଇ ଝୁଲ। ପୋଲ ଟିଏ ନିର୍ମାଣ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।ହେଲେ ଭୋଟବେଳ ଆସିଲେ ନେତାମାନେ ଗାଁକୁ ଭୋଟ ପାଇଁ ଆସନ୍ତି ପୁଳାପୁଳା ପ୍ରତିଶୃତି ମଧ୍ୟ ଦେଉଛନ୍ତି ହେଲେ ଭୋଟ ସରିଲା ପରେ ଭୁଲିଯାଆନ୍ତି ସମସ୍ତେ ।ତେବେ ସରକାର କି ପ୍ରଶାସନର ଦୃଷ୍ଟି କେବେ ପଡିବ ତାହା ଦେଖିବାର କଥା, I

Leave A Reply

Your email address will not be published.