ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଜ ଇଲାକାର ସୀମାରେ ଚିହ୍ନ ଦେଉଛି କଳା ମହାବଳ ବାଘ

ଭୁବନେଶ୍ବର: ଶିମିଳିପାଳ ଜାତୀୟ ଉଦ୍ୟାନରେ ଗୋଟାଏ ବିରଳ କଳା ମହାବଳ ବାଘ ତା’ର ଇଲାକାରେ ଚିହ୍ନ ଦେଉଥିବାର ବିରଳ ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମ ‘ଟୁଇଟର୍‌’ରେ ପ୍ରସାରିତ ହେଉଛି।

ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ‘ଇଣ୍ଡିଆନ୍‌ ଫରେଷ୍ଟ୍‌ ସର୍ଭିସ୍‌’ ଅଫିସର୍‌ ସୁଶାନ୍ତ ନନ୍ଦ ସେୟାର୍‌ କରିଥିବା ଉକ୍ତ ୧୫ ସେକେଣ୍ଡ୍‌ର ଭିଡିଓ କ୍ଲିପ୍‌ରେ ଦେଖାଯାଉଛି, କଳାବାଘଟି ଗୋଟାଏ ଗଛର ଗଣ୍ଡିକୁ ରାମ୍ପୁଡ଼ି ତା’ର ଇଲାକା ଚିହ୍ନଟ କରୁଛି। ସେଥିରେ ସେ ଲେଖିଛନ୍ତି: ଦୁର୍ଲଭ କଳା ବାଘଟାଏ ତା’ର ଇଲାକା ଚିହ୍ନଟ କରୁଥିବାର ମଜାଦାର କ୍ଲପ୍‌ଟିଏ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ସେୟାର୍‌ କରୁଛି।

କଳା ମହାବଳ ବାଘର ଦେହ ରଙ୍ଗ ଧଳା ଅଥବା ସୁନେଲି ରଙ୍ଗର ହୋଇଥିବା ବେଳେ ତା’ଉପରେ ଗାଢ଼କଳା ପଟା ଗାର ପଡ଼ିଥାଏ। ଶିମିଳିପାଳରେ ଉତ୍ତୋଳିତ ଏହି ଦୃଶ୍ୟଟି ବୋଧହୁଏ ବର୍ତ୍ତମାନ ପାଇଁ ଏକମାତ୍ର ତଥା ଦୁର୍ଲଭ ଭିଡିଓ।

Leave A Reply

Your email address will not be published.