xmas

ପେନସିଲ, ରବର ମୂଲ୍ୟ ବଢୁଛି, ମୁଁ କେମିତି ପାଠ ପଢ଼ିବି: ମୋଦୀଙ୍କୁ ଚିଠି ଲେଖିଲା କୁନି ଝିଅ

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ନେଇ ବିରୋଧୀ ସରକାରଙ୍କ ଉପରେ ଆକ୍ରମଣ କରୁଥିବାବେଳେ ସାଧାରଣ ଲୋକ ମଧ୍ୟ ମହଙ୍ଗା ମାଡ଼ରେ ବେହାଲ ହେଉଛନ୍ତି | ସମସ୍ତ ଜରୁରୀ ଜିନିଷର ମୂଲ୍ୟ ବୃଦ୍ଧି ପାଇଥିବାବେଳେ ଖାଦ୍ୟଠାରୁ ଆରମ୍ଭ କରି ପାଠପଢା ସାମଗ୍ରୀ ମଧ୍ୟ ବର୍ତ୍ତମାନ ମହଙ୍ଗା ହୋଇଛି | ତେବେ ପେନସିଲ-ରବରର ମୂଲ୍ୟ ବୃଦ୍ଧି ହୋଇଥିବା ଯୋଗୁଁ ଜଣେ କୁନି ଝିଅ ଏତେ ବିରକ୍ତ ହୋଇଯାଇଛନ୍ତି ଯେ ସେ ମୋଦୀଙ୍କ ନିକଟକୁ ଚିଠି ଲେଖି ଏବାବଦରେ ଜଣାଇଛନ୍ତି | ମୋଦୀଙ୍କୁ ଏକ ଚିଠି ଲେଖି ଖାଦ୍ୟ ଏବଂ ପାନୀୟ ଠାରୁ ଆରମ୍ଭ କରି ପାଠପଢା ସାମଗ୍ରୀର ମୂଲ୍ୟ ବୃଦ୍ଧି ବିଷୟରେ କୁନି ଝିଅ ଉଲ୍ଲେଖ କରିଛନ୍ତି।

ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ଛିବ୍ରାମାଉ ସହରର ଓକିଲ ବିଶାଲ ଦୁବେଙ୍କ ଝିଅ କ୍ରିତି ଦୁବେ ହାଉସିଂ ଡେଭଲପମେଣ୍ଟ କଲୋନୀରେ ଥିବା ସୁପ୍ରଭାଶ ଏକାଡେମୀରେ ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରନ୍ତି। ନିକଟରେ ସରକାରଙ୍କ ଦ୍ୱାରା ଖାତା, ରବର ଏବଂ ପେନ୍ସିଲ ଉପରେ ଟିକସ ଲାଗୁ ହେତୁ ମୂଲ୍ୟ ବୃଦ୍ଧି ଯୋଗୁଁ ଛାତ୍ରୀ କ୍ରିତି ଦୁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ପଠାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ମୋର ନାମ କ୍ରିତି ଦୁବେ। ମୁଁ ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରେ | ମୋଦୀ ଜୀ ଆପଣ ବହୁତ ମୂଲ୍ୟ ବଢ଼ାଇଦେଇଛନ୍ତି | ଏପରିକି ପେନ୍ସିଲ୍, ରବର ସହ ମୁଁ ଖାଉଥିବା ମ୍ୟାଗିର ମଧ୍ୟ ମୂଲ୍ୟ ବଢିଛି | ବର୍ତ୍ତମାନ ମୋ ମା ପେନ୍ସିଲ ପାଇଁ ମୋତେ ବାଡ଼ଉଛନ୍ତି | ମୁଁ କଣ କରିବି ଅନ୍ୟ ପିଲାମାନେ ମୋ ପେନ୍ସିଲ ଚୋରି କରିନେଉଛନ୍ତି |

Leave A Reply

Your email address will not be published.