xmas

ସ୍ବନିଧି ମହୋତ୍ସବ ଆୟୋଜିତ

ବରଗଡ-: ବରଗଡ଼ ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ରାସ୍ତା କଡ ଉଠା ଦୋକାନୀଙ୍କ ଆର୍ଥିକ ସ୍ବଚ୍ଛଳତା ବୃଦ୍ଧି ଓ ପାରିବାରିକ ଉନ୍ନତି ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ନଗର ଉନ୍ନୟନ ବିଭାଗ ର ମିଳିତ ସହଯୋଗ ରେ ସ୍ବନିଧି ମହୋତ୍ସବ ଆଜି ଜର୍ଜ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଯାଇଛି। ପୈାର ପରିଷଦ, ବରଗଡ଼ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ ଉଠା ଦୋକାନୀଙ୍କ ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋକପାତ କରି ଏହାର କିପରି ସ୍ଥାନୀୟ ପ୍ରଶାସନିକ ସ୍ତରରେ ସମାଧାନ ହୋଇପାରିବ ସେଥପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ଏସପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ ପ୍ରମୁଖ ସ୍ବନିଧି କାର୍ଯ୍ୟକ୍ରମ ର ମୂଳ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ କୁ ପୈାରାଧ୍ୟକ୍ଷା କଳ୍ପନା ମାଝୀ ପରିଚାଳନା କରିଥିବା ବେଳେ ପରିଷଦ ର ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ସ୍ବାଗତ ଭାଷଣ ଓ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ। ପ୍ରାରମ୍ଭରେ ମା ସମଲେଶ୍ବରୀଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ସହ ଅତିଥି ମାନେ ଦୀପ ପ୍ରଜ୍ବଳନ କରିଥିଲେ। ପରେ ବରଗଡ଼ ସରକାରୀ ବାଳିକା ବିଦ୍ୟାଳୟ ର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଏହି ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଉଠା ଦୋକନ କରି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଉପରେ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା। ସେହିପରି ଉଠା ଦୋକାନ ପାଇଁ ବ୍ୟାଙ୍କ ରୁ ୠଣ ମଞ୍ଜୁର ଦୋକାନୀ ଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ସେହିପରି ୧୮ ଜଣ ଙ୍କୁ ଦିର୍ଘବର୍ଷ ଧରି ଏହି କାର୍ଯ୍ୟ ରେ ସଫଳତା ହାସଲ କରିଥିବା ଉଠା ଦୋକାନୀଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶେଷରେ ରାଜ୍ୟ ର ବିଭିନ୍ନ ସ୍ଥାନରୁ ଆସିଥିବା ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ।

Leave A Reply

Your email address will not be published.