xmas

ରାଷ୍ଟ୍ରପତିଙ୍କୁ କୃଷକ ସଙ୍ଗଠନ ପକ୍ଷରୁ ଅଭିନନ୍ଦନ

ଖୁଣ୍ଟା – ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନ ବାହାନଡା ଠାରେ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଳକ ଦ୍ବୟ ର ନବନିର୍ମାଣ କୃଷକ ସଂଗଠନ ଏବଂ ସାରସ୍ଵତ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନୂତନ ରାଷ୍ଟ୍ରୟପତି ମହାମହିମ ଦ୍ରୋପଦୀ ମୁର୍ମୁଙ୍କ ଉଦ୍ଦେଶ୍ଵରେ ଅଭିନନ୍ଦନ ପଦାନପୂର୍ବକ ଏକ ଶୁଭେଚ୍ଛା ସଭା ଅନୁଷ୍ଠିତ ହୋଇଯାଇଛି । ଗୋପବନ୍ଧୁ ନଗର ବ୍ଳକ ନବନିର୍ମାଣ କୃଷକ ସଂଗଠନର ସଂଯଜକ କମଳାକାନ୍ତ ମହାକୁଡ଼ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭା ରେ ଜିଲ୍ଲା ସଂଯୋଜକ ଜୟଦୀପ ସାହୁ , ଖୁଣ୍ଟା ବ୍ଲକ ସଂଯୋଜକ ଶକ୍ତିପଦ ପାତ୍ର ,ବାହାନଡ଼ା ପଞ୍ଚାୟତ ପୂର୍ବତନ ସରପଞ୍ଚ ଧନେଶ୍ୱର ଟୁଡୁ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ସୁଧାକର ପାତ୍ରଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସଭାରେ ଉଭୟ ବ୍ଳକରୁ ଶତାଧିକ ଚାଷୀ ଯୋଗ ଦେଇଥିବା ବେଳେ ଅତିଥିଗଣ ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଆଦିବାସୀ ସଂପ୍ରଦାୟ ର ଏବଂ ଓଡ଼ିଶାରୁ ପ୍ରଥମ ମହିଳା ଭାବେ ସୁଯୋଗ୍ୟ ସନ୍ତାନ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବାରୁ ତାଙ୍କୁ ସଂଗଠନ ପକ୍ଷରୁ ଶୁଭେଛା ପ୍ରଦାନ କରାଯାଇଥିଲା । ଏବଂ ଶିଳ୍ପ ବିହିନ ମୟୁରଭଞ୍ଜ ଜିଲ୍ଲାରେ ନିଯୁକ୍ତି ର ସେଭଳି କୌଣସି ସୁବିଧା ନଥିବା ବେଳେ ଚାଷ କାର୍ଯ୍ୟ ହିଁ ନିଯୁକ୍ତି ସହ ଆର୍ଥୀକ ବିକାଶର ଏକ ମାତ୍ର ମାଧ୍ୟମ ହୋଇଥିଲେ ମଧ୍ଯ ବିଭିନ୍ନ ସମୟରେ ଏବଂ ବିଭିନ୍ନ କ୍ଷେତ୍ରରେ ଚାଷୀ ମାନଙ୍କୁ ଶୋଷଣ ର ଶିକାର ହେବାକୁ ପଡ଼ୁଥିବା ଅଭିଯୋଗ ଆଣିବା ସହ ଏହାକୁ ବିରୋଧ କରାଯାଇଥିଲା । ମୁଖ୍ୟତଃ ଧାନ କ୍ରୟ ସମୟରେ ସରକାରୀ ଧାନମଣ୍ଡି ମାନଙ୍କରେ କ୍ରୟ ଦାଇତ୍ଵରେ ଥିବା ମିଲର ଓ କର୍ମଚାରୀଙ୍କ ମଧୁଚନ୍ଦ୍ରୀକା ମାଧ୍ୟମରେ କୁଇଣ୍ଟାଲ ପ୍ରତି ୧୦ ରୁ ୧୨ କେଜି ପର୍ଯ୍ୟନ୍ତ ଧାନ କଟାଯାଉଥିବା ଯୋଗୁଁ ଚାଷୀ ଶୋଷଣ ର ଶିକାର ହେଉଅଛି । ମାତ୍ର ଏଥିପ୍ରତି ସରକର ଓ ଜିଲ୍ଲା ପ୍ରଶାସନର ଉଦାସୀନତା ମନଭାବ ଚାଷୀ ମାନଙ୍କୁ ନିରାଶ କରୁଛି । ଯଦ୍ୱାରା ଚାଷୀ ନ୍ୟାୟ ପାଇବାରୁ ବଞ୍ଚିତ ରହୁଛନ୍ତି ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ଏବଂ ବିଭିନ୍ନ କ୍ଷେତ୍ରରେ ଅବହେଳାର ଶିକାର ହେଉଥିବା ଚାଷୀ ପ୍ରତି ଏଭଳି ମାନସିକ ନିର୍ଯ୍ୟାତନା ସହିବାର ଶେଷ ସମୟ ଆସିଛି ବୋଲି ମତ ପ୍ରକାଶ ପାଇଥିଲା ।ତେବେ ଏହିସବୁ ସମସ୍ୟା କୁ ନେଇ ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ଵରେ ସଂଗଠନ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.