xmas

କୋଟପାଡ଼ ରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ

କୋଟପାଡ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଦିନକୁ ଦିନ ବଢ଼ିବାରେ ଲାଗିଛି।ସହରରେ ଦିନକୁ ଦିନ ଜନସଂଖ୍ୟା ବଢ଼ୁ ଥିବା ବେଳେ ଗାଡିମଟର ମଧ୍ୟ ଅହେତୁକ ବୃଦ୍ଧି ପାଇଚି ,ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ପାରିନାହିଁ ।ବିଶାଖାପାଟଣା ରୁ ରାୟପୁର ଜାତୀୟ ରାଜପଥ ୨୬ ରେ ଦିନକୁ ଦିନ ଶହଶହ ଗାଡି ଯିବା ଆସିବା କରୁଥିବାବେଳେ ଏପରି ଟ୍ରାଫିକ ସମସ୍ୟା କୁ ଦ୍ଵି ଗୁନିତ୍ କରିଛି .ଗାଈ ସାହୁକାର ମାନେ ଗାଈ ର କ୍ଷୀର ଟାଣି ରାସ୍ତା ମଝିରେ ଛାଡି ଦେଉଛନ୍ତି ଯାହା ସମସ୍ତଙ୍କୁ ଅସୁବିଧାରେ ପକାଉଛି ଏବଂ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ହେଉଚି ଏଣୁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଶକ୍ତ ଆଇନ ତିଆରି କରା ନଗଲେ ଆଗକୁ କେତେ ଜୀବନ ଯିବ କହି ହେବନି,କୁସୁମୀ ଛକରେ ଏକ ସ୍ଥାୟୀ ଟ୍ରାଫିକ ପୋଷ୍ଟ ନିର୍ମାଣ ପାଇଁ ଦାବି ହେଉଚି .ଏଣୁ ଆଗାମୀ ଦିନରେ ଅଧ୍ୟକ୍ଷ ଏହି କାର୍ଯ୍ଯ ଶୀଘ୍ର ଆରମ୍ଭ କରିବେ ବୋଲି ଜନସାଧାରଣ ଦାବି କରୁଛନ୍ତି।

Leave A Reply

Your email address will not be published.