ଆଜିଠାରୁ ଡାକ ଘରେ ମିଳିବ ଜାତୀୟ ପତାକା

ଫୁଲବାଣୀ -02/08 ଆଜି ଫୁଲବାଣୀ ସ୍ଥିତ ମୂଖ୍ୟ ଡାକଘରେ ସ୍ୱାଧୀନତାର ୭୫ ତମ ଆ ଜାଦୀ କି ଅମୃତ ମହୋତ୍ସବ ଅବସରରେ ହର ଘର ମେ ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ କରିବାଉଦେଶ୍ୟରେ କମ ମୂଲ୍ୟରେ ଜାତୀୟ ପତାକା ବିକ୍ରୟ ଆରମ୍ଭ ହୋଇଛିl ଏ ହାକୁ ଫୁଲବାଣୀ ମୁନିସିପାଲିଟି ପୋୖରାଧ୍ୟାକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ମୂଖ୍ୟ ଅତି ଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ lଆଜିଠାରୁ ପ୍ରତ୍ୟେକ ଡାକଘରେ ମାତ୍ର ୨୫ ଟଙ୍କା ମୂଲ୍ୟରେ ମିଳିବ ବୋଲି ଡାକ ବିଭାଗ ମଣ୍ଡଳ ଅଧିକ୍ଷକ ସୁଧାଂଶୁ ଶେଖର ପାଢ଼ୀ କହିଛନ୍ତି l ଉଦଘାଟନୀ ଉତ୍ସବ ରେ ସମସ୍ତ ଡ଼ାକ ବିଭାଗ ଅଧିକାରୀ, କର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ l

Leave A Reply

Your email address will not be published.