xmas

କୋଟପାଡ଼ ରେଳ ଷ୍ଟେସନ ରେ ରେଳ ରହଣି ପାଈଁ ଦାବି ଜୋର୍ ଧରିଲା

କୋଟପାଡ ବ୍ଲକ ର ଜନସଂଖ୍ୟା ୧ଲକ୍ଷ ରୁ ଅଧିକ ଦିନକୁ ଶତାଧିକ ଯାତ୍ରୀ ରାଜଧାନୀ ଭୁବନେଶ୍ଵର ,ବ୍ରହ୍ମପୁର, ବିଶାଖାପାଟଣା,କଲିକତା କୁ ବିଭିନ୍ନ କାମ ଯଥା ସରକାରୀ କାମ , ବ୍ୟବସାୟିକ କାମ କୁ ଯାଆନ୍ତି କିନ୍ତୁ କୋରାନା ର ପ୍ରାଦୁର୍ଭାବ ଠାରୁ କୋଟପାଡ଼ ରୋଡ (ଭଂଶୁଲି) ଠାରେ ଆଉ ଟ୍ରେନ ରହଣି ହେଉନାହିଁ ଏଥି ପାଇଁ ଜନସାଧାରଣ ଘୋର ଅସୁବିଧା ଭୋଗୁ ଛନ୍ତି ବିଭିନ୍ନ ସଂଘଟନ ଯଥା ବାଣିଜ୍ୟ ସଂଘ ର ସଭାପତି ଡକ୍ଟର ଗଣେଶ ପଣ୍ଡା ଙ୍କ ସଭାପତିତ୍ବରେ ମାନ୍ୟବର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କୁ ପ୍ରେରଣ କରାଯାଇଛି ଏବଂ ଓକିଲ ସଂଘ ର ସଭାପତି ମଣି ପ୍ରସାଦ ପଟ୍ଟନାୟକ ଙ୍କ ପୌରହିତ୍ୟ ରେ ଉପ ସଭାପତି ପ୍ରଦୀପ ବକ୍ସି, ପୂର୍ବତନ ସଭାପତି ପଙ୍କଜ ପାତ୍ର,ସହ ସମ୍ପାଦକ ଶଙ୍କର ପଣ୍ଡା,ମୁକ୍ତେଶ୍ଵର ନାୟକ ,ଦୁର୍ଗା ସାହୁ, ଗୁପ୍ତ ବେହେରା, ଖାଗପତି ପାତ୍ର,ଘନ ବିଶୋଇ ଙ୍କ ସ୍ୱାକ୍ଷର ଥାଇ ରେଳ ମନ୍ତ୍ରୀ ଙ୍କୁ ପ୍ରେରଣ କରାଯାଇଛି ଏଥି ପୂର୍ବରୁ ସାଂସଦ ରମେଶ ମାଝୀ ମଧ୍ୟ ପତ୍ର ପ୍ରେରଣ କରି ସାରିଛନ୍ତି ଯଦି ହୀରାଖଣ୍ଡ,ହାୱଡା,କିରୁଣ୍ଡଲ,ସମ୍ବଲପୁର,ପ୍ରଭୃତି ଟ୍ରେନ ରହୁଥିଲା ବର୍ତ୍ତମାନ ଏହା ଆଉ ଅଟକୁ ନାହିଁ କୋଟପାଡ଼ ରୁ ଜୟପୁର , ଜଗଦଲପୁର କୁ ଦୁଇ ଘଣ୍ଟା ପୂର୍ବରୁ ବାହାରି ଖର୍ଚ୍ଚାନ୍ତ ହୋଇ ସେଠାରେ ଅପେକ୍ଷା କରି ଏତେ କଷ୍ଟ ରେ ଯିବାକୁ ପଡ଼ୁଚି ଏପଟେ ରାଜଧାନୀ, ବ୍ରହ୍ମପୁର ଯିବା ବସ ମଧ୍ୟ କୌଣସି କାରଣରୁ ପ୍ରାୟ ୧୫ ଦିନ ହେବ ବନ୍ଦ ହୋଇଯାଇଛି ଏଣୁ ସରକାର ଏହି କଷ୍ଟରୁ ମୁକ୍ତି ପାଇଁ ତୁରନ୍ତ ରହଣି ପାଇଁ ଆଦେଶ ଦେଲେ ସମସ୍ତ ସାଧାରଣ ଜନତା ଉପକୃତ ହୋଇଥାନ୍ତେ ଯଦି ଏହାର ସ୍ଥାୟୀ ରହଣି ନ ହୁଏ କୌଣସି ଅଘଟଣ ପାଇଁ ସରକାର ଦାୟୀ ରହିବେ ।

Leave A Reply

Your email address will not be published.