xmas

ଆଇଡିଏସ୍ ପକ୍ଷରୁ ମୁଖ ସ୍ୱଚ୍ଛତା ଦିବସ ପାଳିତ

ଭୁବନେଶ୍ୱର, ୦୨/୦୮: ମୁଖଗହ୍ୱର ସ୍ୱଚ୍ଛତା ଏବଂ ସୁସ୍ଥତା ବଜାୟ ରଖିବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ପକ୍ଷରୁ ସୋମବାର ମୁଖ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି ।
ପ୍ରତ୍ୟେକ ବର୍ଷ ଅଗଷ୍ଟ ୧ ତାରିଖ ଦିନ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିଓଡୋଂଟୋଲୋଜିର ପ୍ରତିଷ୍ଠାତା ଡାକ୍ତର ଜି.ବି. ସାଙ୍କୱଲ୍‌କରଙ୍କର ଜନ୍ମ ତିଥିରେ ମୁଖ ସ୍ୱଚ୍ଛତା ଦିବସ ପାଳନ କରାଯାଉଥିôବାବେଳେ ଆଇଡିଏସ୍‌ର ପେରିଓଡୋଂଟିକ୍ସ ବିଭାଗ ପକ୍ଷରୁ ଏହି ଦିବସକୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଇଛି ।
ଏହି ଅବସରରେ ପେରିଓଡୋଂଟିକ୍ସ ଆଣ୍ଡ ଓରାଲ୍ ଇମ୍‌ପ୍ଲାଂଟୋଲୋଜି ବିଭାଗର ପ୍ରଫେସର ଡାକ୍ତର ଅନୁରାଗ ଶତପଥି ଏବଂ ପ୍ରଫେସର ଡାକ୍ତର ରଶ୍ମିତା ନାୟକ ସୋଆ କମ୍ୟୁନିଟି ରେଡିଓ ୯୦.୪ ଏବଂ ପ୍ରମେୟ ନ୍ୟୁଜ ୭ ଟିଭି ଚ୍ୟାନେଲ୍‌ରେ ଏହି ଦିବସର ଗୁରୁତ୍ୱ ଏବଂ ମୁଖ ସ୍ୱଚ୍ଛତା ଓ ମାଢ଼ି ସମସ୍ୟା ନେଇ ତଥ୍ୟ ରଖିଥିଲେ ।
ସେହିପରି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସୁନ୍ଦର ରଙ୍ଗୋଲି ଆଇଡିଏସ୍‌ରେ ପ୍ରସ୍ତୁତ କରାଯାଇଥିବା ବେଳେ ରୋଗୀମାନେ ଏହି ଦିବସର ମହତ୍ୱ ସମ୍ପର୍କରେ ପଚାରି ବୁଝିଥିଲେ ।
ଏହି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଆଇଡିଏସ୍ ଡିନ୍‌୍ ପ୍ରଫେସର (ଡାକ୍ତର) ନୀତା ମହାନ୍ତି ଏବଂ ପେରିଓଡୋଂଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ରିଙ୍କି ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ମୁଖ୍ୟ, ସିନିୟର ଫ୍ୟାକଲ୍ଟି ମେମ୍ବର ଏବଂ ବିଡିଏସ୍‌ର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।
ପ୍ରଫେସର ଡାକ୍ତର ଅଭୟ ଚନ୍ଦ୍ର ଦାସ ଇଣ୍ଡିଆନ୍ ସୋସାଇଟି ଅପ୍ ପେରିଓଡୋଂଟୋଲୋଜିର ନିର୍ଦ୍ଦେଶନାମା ଅନୁଯାୟୀ ମୁଖ ସ୍ୱାସ୍ଥ୍ୟର ଗୁରୁତ୍ୱ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ ।
ପ୍ରଥମ ବର୍ଷର ବିଡିଏସ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମୁଖ ସ୍ୱଚ୍ଛତା ପରିଚାଳନା ନେଇ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିବା ବେଳେ ଏକ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା । ଏହାକୁ ପ୍ରଫେସର ଡାକ୍ତର ମନୋଜ କୁମାର ଏବଂ ଡାକ୍ତର ସୌରଭ ପଣ୍ଡା ପରିଚାଳନା କରିଥିଲେ ।

Leave A Reply

Your email address will not be published.