xmas

କେଲାପଡା ନୋଡାଲ ୟୁପି ସ୍କୁଲ ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ

ଫୁଲବାଣୀ 2/08 ପିଏନଏସ କନ୍ଧମାଳ ଜିଲା ଫିରିଙ୍ଗିଆ ନୋଡାଲ ୟୁପି ସ୍କୁଲ ର ୫ ଜଣ ଛାତ୍ର ଛାତ୍ରୀ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତିତ୍ୱ ଲାଭ କରିଛନ୍ତି l ସ୍ୱାଧୀନ ପ୍ରଧାନ, ଲିଟିଲ ପ୍ରଧାନ, ଓସ୍ବପ୍ନl ସରିତା ସାହୁ ପ୍ରମୁଖ ନବୋଦୟ ବିଦ୍ୟାଳୟ ହଷ୍ଟେଲ ରେ ରହି ପାଠ ପଢିବା ସୁଯୋଗ ପାଇଥିବାବେଳେ ଅନ୍ୟ ଦୁଇଜଣ ଗୋଲୋକ ଵିହାରୀ ନାୟକ ଓପ୍ରିୟାଂଶୁ ମାଝୀ ଫିରିଙ୍ଗିଆ ନିକଟ ଡିଂଡିରାଗାଁ ଠାରେ ଥିବା ଆଦର୍ଶ ଇଂରାଜୀ ବିଦ୍ୟାଳୟରେ ପାଠପଢ଼ିବାର ସୁଯୋଗ ଲାଭ କରିଛନ୍ତି l ଫଳରେ ଏହିଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ, ଶିକ୍ଷକ,ଓ ଶିକ୍ଷୟତ୍ରୀ ସ୍ନିଗ୍ଧା ପଟନାୟକ ଓ ଅନ୍ୟ ମାନଙ୍କ ନିଷ୍ଠା, ଆନ୍ତରିକତା ଓଭଲପାଇବା, ଉତ୍ତମ ଦିଗଦର୍ଶନ ଯୋଗୁଁ ସେମାନେ ଏହି ସଫଳତା ହାସଲ କରିଥିବା କହିବାସହ ସେମାନଙ୍କୁ କେବେ ମଧ୍ୟ ଭୁଲିପାରିବୁନି ବୋଲି ପ୍ରତ୍ରିକ୍ରିୟା ରେ କହିଛନ୍ତି l ସେହିପରି ପିତାମାତା, ଓକମିଟି ସଦସ୍ୟଙ୍କ ସାହାଯ୍ୟ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇଥିବା କହିଛନ୍ତି l
ସେହିପରି ସହଯୋଗ ରହିଲେ ଆଗାମୀ ଦିନରେ ମଧ୍ୟଏହି ବିଦ୍ୟାଳୟର ଅଧିକରୁ ଅଧିକ ଛାତ୍ର, ଛାତ୍ରୀ କୃତକାର୍ଯ୍ୟ ହେବେ ବୋଲି କହିଛନ୍ତି ଅବିଭାବକ ଓ ପିତାମାତା l

Leave A Reply

Your email address will not be published.