xmas

ବିଭିନ୍ନ ଶିକ୍ଷା ସମସ୍ୟାର ସମାଧାନ ଦାବିରେ ଅଲ ଇଣ୍ଡିଆ ଡ଼ି.ଏସ୍‌.ଓ ର ବିକ୍ଷୋଭ ।

ବାରିପଦା, ତା-୪/୮/୨୦୨୨- ଶିକ୍ଷା ଧ୍ଵଂସକାରୀ ଜାତୀୟ ଶିକ୍ଷା ନୀତି-୨୦୨୦ ତୁରନ୍ତ ପ୍ରତ୍ୟାହାର କରିବା, ଓଡ଼ିଶାର ୧୪ ହଜାର ସ୍କୁଲ ତଥା ମୟୂରଭଞ୍ଜ ଜିଲ୍ଲାର ୧୧୦୦ଟି ସ୍କୁଲ ବନ୍ଦ ନିଷ୍ପତ୍ତି ଅବଳମ୍ବେ ପ୍ରତ୍ୟାହାର କରିବା, ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ,ଅଧ୍ୟାପକ,କର୍ମଚାରୀ ପଦବୀ ତୁରନୁ ସ୍ଥାୟୀ ଭିଭିରେ ପୂରଣ କରିବା, ମୟୁରଭଞ୍ଜ ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ରୀଡା ନିମିତ୍ତ ଆବଶ୍ୟକୀୟ ଭିତ୍ତି ଭୂମିର ବିକାଶ ସହିତ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ଵାରା ପ୍ରଶିକ୍ଷଣ ବ୍ୟବସ୍ଥା କରିବା ଓ ତୁରନ୍ତ କ୍ରୀଡା ଅଧିକାରୀ ନିଯୁକ୍ତି କରିବା, ଓଡ଼ିଶା ନବଜାଗରଣର ଅନ୍ୟତମ ପୁରୋଧା ମହାନ୍ ମାନବତାବାଦୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବାରିପଦା ସ୍ଥିତ ତତ୍କାଳୀନ ବାସସ୍ଥାନକୁ ମୂଜୀୟମ ଆକାରରେ ବିକାଶ କରାଯିବା, ଛାତ୍ର ଛାତ୍ରୀମାନଙ୍କ ପାଇଁ ବସ୍ ରିହାତି ପ୍ରଦାନ କରିବା ଦାବିରେ ଆଜି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏକ ବିକ୍ଷୋଭ କରାଯାଇ ଜିଲ୍ଲାପାଳ, ମୟୂରଭଞ୍ଜଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସୂଚନାନୁସାରେ ସରକାର କ୍ଲୋଜର ଏବଂ ମର୍ଜର (ବନ୍ଦ ଏବଂ ମିଶ୍ରଣ) ନୀତି ଅବଲମ୍ବନ କରି ରାଜ୍ୟର ବିପର୍ଯ୍ୟସ୍ତ ସ୍କୁଲ ଶିକ୍ଷାକୁ ନ ସଜାଡ଼ି ପ୍ରାୟ ସମସ୍ତ ସରକାରୀ ସ୍କୁଲ ବନ୍ଦ କରି ସ୍କୁଲ ଶିକ୍ଷାକୁ ସଂପୂର୍ଣ୍ଣ ଘରୋଇକରଣ କରିବାର ରାସ୍ତାରେ ଅଗ୍ରସର ହେଉଛନ୍ତି । ଅଳ୍ପ ପିଲା ହେବାର କାରଣ ଦର୍ଶାଇ ସରକାର ଯେଉଁ ସ୍କୁଲ ବନ୍ଦର ନିଷ୍ପତି ନେଇଛନ୍ତି ବାସ୍ତବରେ ଦେଖିବାକୁ ଗଲେ ସରକାର କ୍ରମାଗତ ଭାବେ ସରକାରୀ ସ୍କୁଲଗୁଡିକୁ ଅବହେଳା କରି ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହିତ କରିବା ହେତୁ ଆଜି ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା କମିଛି ବୋଲି କହିଛି ସଂଗଠନ।ତେବେଆଜି ଯଦି ଦେଖାଯାଏ ରାଜ୍ୟରେ ୧୪ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ପଦବୀ ଖାଲି ପଡିଛି । ସରକାର ସରକାରୀ ସ୍କୁଲଗୁଡିକର ଭିତ୍ତି ଭୂମିର ବିକାଶ କରିବା ସହିତ, ଖାଲିପଡିଥିବା ସମସ୍ତ ଶିକ୍ଷକ, କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୂରଣ କରିବା ଏବଂ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ “ଶିରୋନାସ୍ତି ଶିର ପୀଡ଼ା ନ୍ୟାୟରେ ୧୪ହଜାର ସ୍କୁଲ ବନ୍ଦର ନିଷ୍ପତ୍ତି ନେବା ରାଜ୍ୟ ସରକାରଙ୍କ ଶିକ୍ଷା ବିରୋଧୀ, ଶିକ୍ଷା ଧ୍ଵଂସକାରୀ, ଶିକ୍ଷାର ଘରୋଇକରଣ, ବ୍ୟବସାୟୀ କରଣର ଦ୍ବାର ସଂପୂର୍ଣ୍ଣ ଉନ୍ମୁକ୍ତ କରିବାର ନୀଳ ନକ୍ସା ଜାତୀୟ ଶିକ୍ଷା ନୀତି ୨୦୨୦ର ପରିପୂରକ । ଯେଉଁଥିରେ ଦେଶୀ ବିଦେଶୀ ପୁଞ୍ଜିପତି ଶିକ୍ଷା ବେପାରୀମାନଙ୍କ ପାଇଁ ଉଦ୍ଧିଷ୍ଟ ସର୍ବନିମ୍ନ ତିନି ହଜାର ପିଲା ସଂଖ୍ୟା ବିଶିଷ୍ଟ ବଡ ବଡ ସ୍କୁଲ କଂପ୍ଲେକ୍ସର ସୁପାରିଶ ରହିଛି । ବାସ୍ତବରେ ଏତେ ସଂଖ୍ୟକ ସରକାରୀ ସ୍କୁଲ ବନ୍ଦ ହେଲେ ସାଧାରଣ ଗରୀବ ଘରର ପିଲାମାନଙ୍କ ପାଇଁ ସବୁଦିନ ଲାଗି ବନ୍ଦ ହୋଇଯିବ। ଅନ୍ୟପଟରେ ମୟୂରଭଞ୍ଜ ଜିଲ୍ଲା ରେ ଛାତ୍ର ଛାତ୍ରୀଙ୍କ ପାଇଁ କ୍ରୀଡା ନିମିତ୍ତ ଆବଶ୍ୟକୀୟ ଭିତ୍ତି ଭୂମିର ବିକାଶ କରାଯିବା ଆବଶ୍ୟକ ରହିଛି। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବାରିପଦା ସ୍ଥିତ ତତ୍କାଳୀନ ବାସ ଗୃହ ଅତି ଦୟନୀୟ ଅବସ୍ଥାରେ ଥିବାରୁ ତାକୁ ଏକ ଐତହ୍ୟସ୍ଥଳୀ ଆକାରରେ ବିକାଶ କରାଯିବା ଆବଶ୍ୟକ ଯାହା ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିକୁ ଉଦବୁଦ୍ଧ କରିବ। ଏହିସବୁ ଦାବି ନେଇ ଆସନ୍ତା ଅଗଷ୍ଟ ୨୧ ତାରିଖ ଦିନ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ଛାତ୍ର ସମ୍ମିଳନୀ ବାରିପଦା ଠାରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ଉପସଭାପତି ସୋମନାଥ ବେହେରା ଘୋଷଣା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଏ.ଆଇ.ଡ଼ି.ଏସ୍‌.ଓ ଓଡ଼ିଶା ରାଜ୍ୟ ଉପସଭାପତି ସୋମନାଥ ବେହେରା ଙ୍କ ସହ ଜିଲ୍ଲା ଛାତ୍ର ନେତା, ଫୁଲଚାନ୍ଦ ଲୋହାର, ଜତିନ ବାନରା, ଲାଦୁରା ମହାକୁଡ, ଶିଂରାୟ ଦେଓଗାମ , ଦୁଃଖୀରାମ, ଆଦି ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.