ଏସଆରଏଫଟିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କଲେ ହିମାଂଶୁ ଶେଖର ଖଟୁଆ

ଦାୟିତ୍ଵ ଗ୍ରହଣ କଲେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ। ବୁଧବାର ଦିନ କୋଲକାତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ (ଏସଆରଏଫଟିଆଇ)ର ନିର୍ଦ୍ଦେଶକ ଭାବେ ହିମାଂଶୁ ଶେଖର ଖଟୁଆ ଦାୟିତ୍ଵ ଗ୍ରହଣ କରିଛନ୍ତି। ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ସମୀରଣ ଦତ୍ତ ତାଙ୍କୁ କାର୍ଯ୍ୟଭାର ଅର୍ପଣ କରିଥିଲେ।

ଏସଆରଏଫଟିଆଇର ଅଧିକାରୀ ଓ କର୍ମଚାରୀମାନେ ନବ ନିଯୁକ୍ତ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ହିମାଂଶୁ ଖଟୁଆ ଗଣମାଧ୍ୟମକୁ କହିଥିଲେ, “ଏହି ପ୍ରତିଷ୍ଠାନ ଚଳଚ୍ଚିତ୍ର ସଂସ୍କୃତିର ବିକାଶ ପାଇଁ ସମର୍ପିତ। ନିର୍ଦ୍ଦେଶକ ଭାବେ ଏହି ଧାରାକୁ ମୁଁ ପ୍ରସାରିତ କରିବି। ନୂତନ ପ୍ରତିଭା ସୃଷ୍ଟି କରିବା ମୋର ପ୍ରାଥମିକତା ରହି। କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଆଭିମୁଖ୍ୟକୁ ଆହୁରି ଲୋକାଭିମୁଖୀ କାଇବା ପାଇଁ ଚେଷ୍ଟା କରିବି”।

ହିମାଂଶୁ ଶେଖର ଖଟୁଆଙ୍କୁ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ (ଏସଆରଏଫଟିଆଇ)ର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିବା ନେଇ ଗତ ଜୁନ ମାସରେ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଘୋଷଣା କରାଯାଇଥିଲା। ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.