xmas

ବିଶ୍ବ କଲ୍ଯାଣ ନିମନ୍ତେ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକଙ୍କ ପକ୍ଷରୁ ଜଳାଭିଷେକ

ବରଗଡ଼ ― ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ,ବରଗଡ଼ ଦ୍ଵାରା ନିକଟସ୍ଥ ଦେଓଗାଁ ଅଷ୍ଟସମ୍ଭୁ ବାବା ବୈଦ୍ୟନାଥ ମନ୍ଦିର ଠାରେ ଶିବବାବାଙ୍କ ଠାରେ ସମାଜର ମଙ୍ଗଳ କାମନା କରି ଜଳାଭିଷେକ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ ,ମୁଖ୍ୟ ଅତିଥି ,ବରଗଡ଼ ପୌର।ଧ୍ୟକ୍ଷ। ଶ୍ରୀମତୀ କଲ୍ପନା ମାଝି ସମ୍ମାନିତ ଅତିଥି ରୂପେ ଯୋଗଦାନ ପୂର୍ବକ ବରିଷ୍ଠ ନାଗରିକ ସଂଘ ର ବିଭିନ୍ନ କାର୍ଯ୍ୟକ୍ରମ ର ଭୁୟସୀ ପ୍ରସଂଶା କରି ଥିଲେ । ଶ୍ରୀ ବିନୋଦ ପଣ୍ଡା ଓ ଶ୍ରୀମତୀ ନଳିନୀ ପଣ୍ଡା କର୍ତ୍ତା ଭାବେ ଜଳାଭିଷେକ କାର୍ଯ୍ୟ ସମ୍ପାଦନା କରି ଥିବା ବେଳେ ଭଜନ କାର୍ଯ୍ୟକ୍ରମ ର ମୁଖ୍ୟ ଶ୍ରୀ ନିର୍ମଳ କିଶୋର କର ତଥା ଶ୍ରୀ ଅଶୋକ ପସାୟତ ଏହି ଭଜନ କାର୍ଯ୍ୟକ୍ରମ ର ସଂଯୋଜନା ରେ କଣ୍ଠଶିଳ୍ପୀ ଶୁଭମ ନାୟକ, ସ୍ଵ।ଗତିକା ସାହୁ,ଆସ୍ଥା ମହାପାତ୍ର, ପ୍ରଦୀପ ପଧାନ,କାହ୍ନୁ ପୃଷ୍ଟି ଅତି ସୁନ୍ଦର ଭଜନ ପରିବେଷଣ କରିଥିଲେ।ବରିଷ୍ଠ ସଭ୍ୟ ଶ୍ରୀ ଦୟାନିଧି ମହାପାତ୍ର ନିଜସ୍ଵ କବିତା ଆବୃତି କରିଥିଲେ ।ଶ୍ରୀ ଗୋବିନ୍ଦ ଦାଶ ,ଭାରତ ଦାଶ ଓ ପ୍ରଦୀପ ପଣ୍ଡା ଙ୍କ ତତ୍ବା ବଧାନ ରେ ମନ୍ଦିର ର ପୂଜା ଓ ପ୍ରସାଦ ସେବନ ର ସୁବ୍ୟବସ୍ଥା ର ଦାୟିତ୍ୱ ତୁଲାଇ ଥିଲେ। ଭଟିଲି ବ୍ଲକ ସଂଗଠନ ରୁ ସଭାପତି ଓ ସମ୍ପାଦକ ଯୋଗଦାନ ପୁର୍ବକ ଜିଲ୍ଲା ସଂଗଠନରୁ ଉପଦେଷ୍ଟା ଅମରେନ୍ଦ୍ର ନାରାୟଣ ଯାଦବ, ଜାଚକେଶ୍ବର ପ୍ରଧାନ,ସୁଶୀଲ ମହାପାତ୍ର, ସଭାପତି ପ୍ରମୋଦ ଝାଙ୍କର ସଂପାଦକ ପ୍ରହଲ୍ଲାଦ ମହାପାତ୍ର, ଉପ ସଭାପତି ଗୌନ୍ତିଆ କୁମାର ସାହୁ, ସତ୍ୟ ପଣ୍ଡା,ସୁଧାଂଶୁ ଶତପଥୀ କାନ୍ହୁ ପୃଷ୍ଟି,ସ୍ୱାଧୀନ ମହାରଣା,ପ୍ରସନ୍ନ ପ୍ରଧାନ,ଦେବୀ ପଟ୍ଟନାୟକ,ଅଭୟ ଭୋଇ,ପ୍ରଦୀପ ସାହୁ ,ରବିନ୍ଦ୍ର ପାଣିଗ୍ରାହୀ ,ଲକୀ ମିର୍ବାନୀ ପ୍ରମୁଖ ସହଯୋଗ କରିଥିଲେ ,କେଦାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.