xmas

ବରଗଡ଼ ରେଳ ଉପଭୋକ୍ତା ସଂଘର ସଦସ୍ୟମାନେ ରେଳମନ୍ତ୍ରୀଙ୍କୁ ଭେଟିଲେ

ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ଉପସଭାପତି ସର୍ଦ୍ଦାର ପ୍ରୀତମ ସିଂ ଓ କୃଷ୍ଣ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ଅଭିଜିତ ପ୍ରତିହାର ନୂଆଦିଲ୍ଲୀ ରେଳ ମନ୍ତ୍ରାଳୟରେ ସାକ୍ଷାତ କରି ବରଗଡ ଓ ବଲାଙ୍ଗୀର ଜିଲାର ଲୋକଙ୍କ ସୁବିଧା ପାଇଁ ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବଲାଙ୍ଗୀର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଏବଂ ଭୁବନେଶ୍ୱର ଦେଇ ଚଳାଚଳ କରୁଥିବା ତ୍ରି-ସାପ୍ତାହିକ ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସକୁ ସପ୍ତାହର ଅବଶିଷ୍ଟ ଚାରିଦିନ ଭାୟା ଟିଟିଲାଗଡ଼,ବରଗଡ଼ ଓ ସମ୍ବଲପୁର ଦେଇ ଚଳାଇବା ପାଇଁ ଆଲୋଚନା କରି ଏ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରି ଏ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ।
ରେଳମନ୍ତ୍ରୀଙ୍କ ସହିତ ଏହି ଆଲୋଚନା ସମୟରେ ଛତିଶଗଡ ମହାସମୁନ୍ଦ ସାଂସଦ ଶ୍ରୀ ଚୁନ୍ନିଲାଲ ସାହୁ, ପୂର୍ବତନ ସରାଇପାଲି ବିଧାୟକ ଶ୍ରୀ ତ୍ରିଲୋଚନ ପଟେଲ, ସରାଇପାଲିର ଦିଲୀପ ଗୁପ୍ତା ଓ ତିଳକ ପ୍ରସାଦ ସାହୁ, ସୋହେଲାର ସତ୍ୟଜିତ ପଧାନ ଉପସ୍ଥିତ ଥିଲେ। ଉପଭୋକ୍ତା ସଂଘର ଦାବିକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗମ୍ଭୀରତାର ସହିତ ଶୁଣିବା ସହିତ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ l

Leave A Reply

Your email address will not be published.