xmas

ସି ଡି ଏମ ଓ ଙ୍କ ସହ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ କର୍ମକର୍ତା ଙ୍କ ଆଲୋଚନା

ଫୁଲବାଣୀ -05/08 କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ରକିଛି ବରିଷ୍ଠ ନାଗରିକମାନେ ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ଜିଲା ର ଲୋକମାନେ ଯେପରି ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇବେ ସେଥିପାଇଁ ଦ୍ରୁଷ୍ଟି ଦେବାଲାଗି ଅନୁରୋଧ କରିଥିଲେ l ବିଭିନ୍ନ ସମୟରେ ବରିଷ୍ଠ ନାଗରିକ ମାନଙ୍କ ପାଈଁ ମାଗଣା ସ୍ୱାସ୍ଥ୍ୟ ଶିବିର ମାନ ଆୟୋଜନ କରିବା ଲାଗି କହିଥିଲେl ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଓ ମିଳିତ ନାଗରିକ ମଞ୍ଚ ସଭାପତି ଡ଼ଃ. ଅରୂପ କୁମାର ଜେନା, ପ୍ରଣବ ମଣ୍ଡଳ, ହେମନ୍ତ ମହାନ୍ତି, ଶ୍ରୀ ରଥ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ସି ଡି ଏମ ଓ ମଧ୍ୟ ବରିଷ୍ଠ ନାଗରିକ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ l

Leave A Reply

Your email address will not be published.