xmas

ଏସବିଆଇ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରରେ ୧୬୮ ଜଣଙ୍କୁ ଆତ୍ମନିର୍ଭରଶୀଳ ତାଲିମ ପ୍ରଦାନ

ଫୁଲବାଣୀ-୦୬/୦୮ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପରାମର୍ଶଦାତା କମିଟି ବୈଠକ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା. I ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଚନ୍ଦ୍ରଶେଖର ପ୍ରଧାନ ଚଳିତ ବର୍ଷ ଅପ୍ରେଲ ମାସରୁ ଜୁନ ମାସ ମଧ୍ୟରେ ୧୬୮ଜଣଙ୍କୁ ଆତ୍ମନିଯୁକ୍ତି ତାଲିମ ପ୍ରଦାନ କରାଯାଇଥିଲା।
ଏଥିରେ ଖାଦ୍ୟ, କିଟ ଓ ପାରିତୋଷିକ ପାଇଁ ୫ଲକ୍ଷ ଷତଷଠି ହଜାର ଟଙ୍କା ବ୍ୟୟ କରାଯାଇଛି ।
ସେଥିମଧ୍ୟରୁ ହାଲକା ଯାନ ଚାଳନା, ମହିଳା ଟେଲର .ମହୁମାଛି ଚାଷ, ଛତୁ ଚାଷ, ଆଦି ତାଲିମ ପ୍ରଦାନ କରାଯାଇଥିଲା । ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରିବାଲାଗି ଜିଲ।ପାଳପାଟିଲ ପରାମର୍ଶ ଦେଇଥିଲେ ।
ଜୁଳ୨୦୨୨ସୂଧାତାଲିମ ପାଇଥିବା ୭୭ ପ୍ରତିଶତ ଯୁବକ ଯୁବତୀ ଆମ୍ବ ନିଯୁକ୍ତି ପାଇଥିବାବେଳେ ଅନ୍ୟ କେତେକଙ୍କୁ କ୍ରେଡିଟ ଲିଙ୍କ କରାଯାଇଛି।ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦେଶକ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ବିଶ୍ବରଂଜନ ନାୟକ, ରିଜର୍ଭ ବ୍ୟାଙ୍କ ଏ ଜି ଏମ. ମୋହିତ ଅଗ୍ରୱାଲ, ନାବାର୍ଡ଼ ଏଜିଏମ ଏସ. କେ. ମହାନ୍ତି, ଆର. ଏମ. ପ୍ରଶାନ୍ତ ବେହେରା, ଲିଡ଼ ବ୍ୟାଙ୍କ ଅଫି ସର ବିଷ୍ଣୁ ଚରଣ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.