xmas

ଧନଖଡ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଜଗଦୀପ ଧନଖଡ ଉପରାଷ୍ଟ୍ରପତି ନିର୍ବାଚିତ । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇଲେ ଧନଖଡ । ନିର୍ବାଚନରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ ୫୨୮ ଭୋଟ୍ ଏବଂ ମାର୍ଗେଟ୍ ଅଲଭା ୧୨୮ ଭୋଟ୍ ପାଇଛନ୍ତି। ଅତିକମରେ ୧୫ ଭୋଟ ନାକଚ ହୋଇ ଥିଲା ।ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ୭୮୦ ଜଣ ସାଂସଦଙ୍କ ତାଲିକା ଭୋଟିଂ ତାଲିକାରେ ରହିଥିଲା । ରାଜ୍ୟସଭାରେ ଖାଲିଥିବା ୮ ଜଣ ସାଂସଦଙ୍କ ସହ ଭୋଟ ବର୍ଜନ କରିଥିବା ୩୬ ଜଣ ତୃଣମୂଳ କଂଗ୍ରେସ ସାଂସଦ ମତଦାନ କରିନାହାନ୍ତି । ସଂସଦର ଉଭୟ କକ୍ଷ ରାଜ୍ୟସଭା ଓ ଲୋକସଭାର ମୋଟ ୭୨୫ ଜଣ ସାଂସଦ ଭୋଟ ଦେଇଛନ୍ତି । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଓ ବିପକ୍ଷ ମହାମେଣ୍ଟ ପ୍ରାର୍ଥୀ ମାର୍ଗାରେଟ୍ ଆଲଭା ଉପରାଷ୍ଟ୍ରପତି ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ।

Leave A Reply

Your email address will not be published.