ବଜ୍ରାଘାତ ରେ କକା, ପୁତୁରା ମୃତ ୫ଗୁରୁତର ।


ବରଗଡ଼୦୬/୦୮:- ବରଗଡ଼ ଜିଲ୍ଲା ବରପାଲି ବ୍ଲକ ବରିକେଲ ଗାଁରେ ବଜ୍ରାଘାତରେ 2 ମୃତ,5 ଆହତ । ଆହତଙ୍କୁ ପ୍ରଥମେ ବରପାଲି ହସ୍ପିଟାଲ ଓ ପରେ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ବ୍ୟକ୍ତି ଦୁଇଜଣ ହେଲେ ବରିକେଲ ଗ୍ରାମର ଅଦ୍ଦୁତ ଦୀପ(୩୬), ବ୍ରହସ୍ପତି ଦୀପ(୫୭) । ପଲହା ରୁଇ କି ଫେରୁଥିବା ସମୟରେ ହଠାତ ବର୍ଷା ,ତଥା ଘଡଘଡି ହେବାରୁ ସମସ୍ତେ ଗୋଟିଏ ପାନ ଦୋକାନରେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହୋଇଥିଲା ଓ ସମସ୍ତେ ତଳେ ପଡିଯାଇଥିଲେ । ଗ୍ରାମବାସୀ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ବରପାଲି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ , ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବରଗଡ଼ ମୂଖ୍ୟ ଡାକ୍ତରଖାନାକୁ ପଠାଇ ସ୍ଥାନାନ୍ତର କରିଥିଲେ । ସେହିପରି ପାଟକୁଳୁଣ୍ଡା ଗାଁରେ 8 ଛେଳି ଓ ଗୋଟିଏ ବଳଦର ମୃତ୍ୟୁ ।

Leave A Reply

Your email address will not be published.