xmas

କୁକୁଡ଼ା ଖିଆ ତମ୍ପ ଉଦ୍ଧାର ! ଉଦ୍ଧାର ପରେ ୨ କୁକୁଡ଼ା ଓଗାଳିଲା ତମ୍ପ

ଖୁଣ୍ଟା –
କେବଳ ଯେ ମଣିଷ କୁକୁଡ଼ା ଖାଇ ପାରେ ତାହା ନୁହେଁ , ସାପ ମଧ୍ଯ କୁକୁଡ଼ା ପ୍ରିୟ ! ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ ଅଧିନ ବଡ଼ଖୁଣ୍ଟା ଗ୍ରାମରେ | ଜନୈକ ବ୍ୟକ୍ତିଙ୍କ କୁକୁଡ଼ା ଭାଡ଼ିରୁ ଏକ ୫ ଫୁଟ ଲମ୍ବର କୁକୁଡ଼ା ଖାଇଥିବା ତମ୍ପ ସାପ ଉଦ୍ଧାର ହୋଇଛି । ସାପଟି ଉଦ୍ଧାର ହେବା ପରେ ଗିଳିଥିବା କୁକୁଡ଼ା ଗୁଡ଼ିକୁ ଓଗାଳି ବା ଦୃଶ୍ୟ ଦେଖିବା ପାଇଁ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମି ଥିବା ଦେଖିବାକୁ ମିଳିଥିଲା ।
ମିଳିଥିବା ସୂଚନା ଅନୁଯାୟୀ , ବଡ଼ଖୁଣ୍ଟା ଗ୍ରାମର ସୌରଭ ବାରିକଙ୍କ କୁକୁଡ଼ା ଭାଡି ରେ ଏକ ବିଶାଳ ତମ୍ପ ପଶି ଥିବା ଶନିବାର ପ୍ରାତଃ ସମୟରେ ପରିବାର ଲୋକେ ଦେଖିବାକୁ ପାଇଥିଲେ । ତେବେ ଏହି ସାପଟି ଦୁଇଗୋଟି କୁକୁଡ଼ା ଖାଇ ଦେଇଥିବାରୁ ଚଳପ୍ରଚଳ କରି ପାରୁ ନ ଥିବା ବେଳେ ଏହାକୁ ଉଦ୍ଧାର କରିବା ପାଇଁ ପ୍ରାଣୀ ଉଦ୍ଧାରକାରୀ ସଦସ୍ୟ କୃଷ୍ଣ ଚନ୍ଦ୍ର ଗୋଛାୟତଙ୍କୁ ସୁଚନା ଦେଇଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ଗୋଛାୟତ ଘଟଣା ସ୍ଥଳରେ ପହଞ୍ଚି ଭାଡ଼ି ମଧ୍ୟରୁ ସାପଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ । ସାପଟି ର ଉଦ୍ଧାର ଏବଂ ଖାଇଥିବା କୁକୁଡ଼ା ଦ୍ୱୟକୁ ଓଗାଲି ଥିବା ଦୃଶ୍ୟ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ଉଦ୍ଧାର ସାପଟିକୁ ପରବର୍ତ୍ତୀ ସମୟରେ ଜନବସତି ଠାରୁ ଦୂରରେ ଥିବା ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.