xmas

ଲଗାଣ ବର୍ଷା ଘାଟିରୁ ମାଟି ଅତଡା ଖସି ରାସ୍ତା ଅବରୋଧ

ଫୁଲବାଣୀ -୦୯/୦୮ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଏବେ ଜିଲାରେ ଥିବା ବିଭିନ୍ନ ଘାଟୀରୁ ମାଟି ଅତଡ଼ା ସହ ବଡ଼ବଡ଼ ପଥର ମାନ ଖସୁଛି l ଫଳରେ ଗାଡି ମଟର ଯା ଆସ କରିବାରେ ବାଧା ସୃଷ୍ଟି ହେଉଛି l ଜିଲ୍ଲାର ସବୁଠୁ ବଡ଼ଘାଟି ବ୍ରହ୍ମପୁର ଯିବା ରାସ୍ତାରେ କଳିଙ୍ଗା ଘାଟି ହେଉ ବୌଦ୍ଧ ଯିବା ରାସ୍ତାରେ ରାଣୀପଥର, ଭୁବେନେଶ୍ୱର ରାସ୍ତା ରେ ମାଧ ପୁର, ଘାଟି ସମେତ କୁଡୁକି, ତୁମୁଡିବନ୍ଧ ଓ ବେଲଘର ସାରଙ୍ଗଡ଼, ଆଦି ଘାଟି ରେ ମାଟି ଅତଡ଼ା ଖସୁଥିବାରୁ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି l ଏ ସବୁ ସଫା କରିବାରେ ବିଳମ୍ବ ହେଉଛି l ବିଭିନ୍ନ ସମୟରେ ଦୂର୍ଘଟଣା ମାନ ଘଟୁଛି l ଆଜି ଅପରାହ୍ନରେ ଫୁଲବାଣୀ ବୌଦ୍ଧ ରାସ୍ତାର ରାଣୀପଥର ଘାଟି ଅଞ୍ଚଳରେ ପାହାଡ଼ ଉପରୁ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି l ଏବେ ରାସ୍ତା ସଫା କରାଯିବା ଲାଗି ଉଦ୍ୟମ କରାଯାଉଥିବା ଜଣାପଡିଛି l ଗାଡି ମଟର ଚାଳକ ମାନେ ସତର୍କତା ଅବଲମ୍ବନ କରି ଗାଡି ଚଳାଇବା ପାଈଁ ପରିବହନ ବିଭାଗ ଆରଟି ଓ ଗତିକୃଷ୍ଣ ସାମନ୍ତରାୟ ପରାମର୍ଶ ଦେଇଛି l

Leave A Reply

Your email address will not be published.