xmas

ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡ଼ିଲା

ଫୁଲବାଣୀ -୦୯/୦୮ ୩ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଟିକାବାଲି ଗ୍ରାମ ପଞ୍ଚାୟତ, ନୁଆସାହି ବରପଦାରେ ଶାନ୍ତି କହଁର ସ୍ୱାମୀ ସୁବାସ କହଁରଙ୍କ ଘର କାନ୍ଥ ଭୁଷୁଡ଼ିପଡ଼ିଛି l ତେଵେ ସୁବାସ ଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ l ଏ ନେଇ ସ୍ଥାନୀୟ ଆର ଆଇଙ୍କୁ ଜଣାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏ କୌଣସି ସହାୟତା ମିଳିନଥିବା ବେଳେ ପ୍ରମିଶ ଦିଗଲ ନାମକ ଜଣେ ଛାତ୍ର ନେତା ସହାୟତାର ହାତ ବଢ଼ାଇଛନ୍ତି l ଖବର ପାଇ ପ୍ରମିଶ ସୁବାସଙ୍କ ଘରକୁ ଯାଇ ଵ୍ୟକ୍ତିଗତ ଭାବେ ପଲିଥିନ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ କିଛି ପ୍ରଦାନ କରିଥିଲେ l ବର୍ଷା ଲାଗି ରହିବା ଫଳରେ ଦିନ ମଜୁରିଆ ମାନେ କାମ ଧନ୍ଦା କରିବାକୁ ବାହାରକୁ ଯାଇ ନପାରି ପରିବାର ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି lପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବା ଜରୁରୀ ହୋଇପଡିଛି l

Leave A Reply

Your email address will not be published.