xmas

ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ଦୁଇ ଗଞ୍ଜେଇ ମାଫିଆ।

କଣ୍ଟାମାଳ: ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ,ଜେଲ୍ ରୁ ବାହାରିଲେ ଦୁଇ ଗଞ୍ଜେଇ ମାଫିଆ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅତିରିକ୍ତ ଜିଲ୍ଳା ଦୌରାଜଜ୍ ତଥା ସ୍ପେଶାଲ ଜଜ୍ ଶିବ ପ୍ରସାଦ ମହାପାତ୍ର ଷୋମବାର ଦିନ ଚୋରା ଗଞ୍ଜେଇ ମାମଲା କୁ ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।ମାମଲା ରୁ ପ୍ରକାଶ ଯେ ଗତ 1/6/014 ମନ ମୁଣ୍ଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ କୌଣଷି ସୂତ୍ରରୁ ଖବର ପାଇ କିର୍ମା ଖୋଲ ଜଙ୍ଗଲରେ ବ୍ୟାପକ ଗଞ୍ଜେଇ ବାହାରକୁ ଚାଲାଣ ହେବାକୁ ପ୍ରସ୍ତୁତ କରାଯାଉଛି ବୋଲି ସୂଚନା ପାଇ ମନ ମୁଣ୍ଡା ଥାନା ଅଧିକାରୀ ଭାବନନ୍ଦ ପ୍ରଧାନ ଓ ଅନ୍ୟ ପୋଲିସ ଅଧିକାରୀ କୀର୍ମା ଖୋଲ ଜଙ୍ଗଲରେ ଚଢ଼ାଉ କରିଥିଲେ।ଗାଁ ରାସ୍ତାରେ ଗୋଟିଏ ସ୍ଥାନରେ 6 ଗୋଟି ବସ୍ତାରେ ଗଞ୍ଜେଇ ଥିବା ବେଳେ କିର୍ମା ଖୋଲ ଗ୍ରାମର ଲଙ୍କେଶ୍ଵର ମଲ୍ଲିକ (64) ଓ ବୌଦ୍ଧ ଥାନା ତେତେଲେଙ୍ଗା ଗ୍ରାମର ରବିନ୍ଦ୍ର ବାଘ (46) ଘର ବାହାର ଅଗଣାରେ ଅନ୍ୟ କେତେକ ଗଞ୍ଜେଇ ବସ୍ତା ସଜେଇ ରଖୁଥିଲେ। ମନ ମୁଣ୍ଡା ଥାନା ଅଧିକାରୀ ଲଙ୍କେଶ୍ଵରଙ୍କ ଘରୁ 10 କ୍ଵିଣ୍ଟାଲ 30 କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ।ଏନେଇ ମନ ମୁଣ୍ଡା ଥାନା ରେ କେଶ୍ ନମ୍ୱର 69/14 ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି 2/6/14 ତାରିଖରେ କୋର୍ଟ ଚାଲାଣ କରିଥିଲା।ପୋଲିସ ଏହି ଗଞ୍ଜେଇ ମାମଲାର ତଦନ୍ତ ଶେଷ କରି କିର୍ମା ଖୋଲ ଗ୍ରାମର ରିଶି ମଲ୍ଲିକ,ନେପାଳ କହଁର,ପୂର୍ଣ୍ଣ ମଲ୍ଲିକ, ଗୁରୁଚାନ୍ଦ ମଲ୍ଲିକ ଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଥିଲା।କିନ୍ତୁ ପରେ ଗିରଫ କରାଯାଇଥିବା ଅଭିଯୁକ୍ତ ମାନେ ବର୍ତ୍ତମାନ ଜାମିନ ରେ ଥିବା ଜଣାପଡିଛି।କିନ୍ତୁ ଉକ୍ତ ମାମଲାରେ ରବୀନ୍ଦ୍ର ବାଘ ଓ ଲଙ୍କେଶ୍ୱର ମଳିକ ବିଚାର ହୋଇଥିଲା।ଦୁଇ ଅଭିଯୁକ୍ତ ଙ୍କ ମାମଲା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅତିରିକ୍ତ ଜିଲ୍ଳା ଦୌରାଜଜ୍କ ତଥା ସ୍ପେସାଲ ଜଜ୍ ଙ୍କ ଅଦାଲତରେ ସ୍ପେଶାଳ କେଶ୍ ନମ୍ୱର 25/14 ବିଚାର ହୋଇଥିଲା।ମାମଲାରେ ସରକାରଙ୍କ ପକ୍ଷରୁ 15 ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତିକରି ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ପେଶାଲ୍ ଜଜ୍ ଶିବ ମହାପାତ୍ର ଷୋମବାର ଦିନ ଦୁଇ ଅଭିଯୁକ୍ତ ଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।ଦୁଇ ଅଭିଯୁକ୍ତ ଦୀର୍ଘ 8 ବର୍ଷ କାଳ ଜେଲ୍ ରେ ରହିବା ପରେ ଶ୍ରାବଣ ଶେଷ ଷୋମବାର ଦିନ ଜେଲ୍ ରୁ ମୁକୁଳି ଥିଲେ। ଅନ୍ୟ ଚାରି ଅଭିଯୁକ୍ତଙ୍କ ନାମରେ ମାମଲା ବର୍ତ୍ତମାନ ମଧ୍ୟ ସକ୍ରିୟ ଅଛି। ଜେଲ୍ ରୁ ମୁକୁଲିଥିବା ଦୁଇ ଅଭିଯୁକ୍ତ ଙ୍କ ତରଫରୁ ଓକିଲ ନରୋତ୍ତମ ମେହେର ମାମଲା ର ପରିଚାଳନା କରୁଥିଲେ।

Leave A Reply

Your email address will not be published.