xmas

ଫୁଲବାଣୀ ରେ ବିଶ୍ୱ ଆଦିବାସୀ ଦିଵସ ପାଳିତ

ଫୁଲବାଣୀ -୦୯/୦୮ ମଙ୍ଗଳବାର କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରେ ବିଶ୍ୱ ଆଦିବାସୀ ଦିଵସ ପାଳିତ ହୋଇଥିଲାl ଲଗାଣ ବର୍ଷା ସତ୍ୱେ ଆଖପାଖ ବିଭିନ୍ନ ବ୍ଲକ ଅଂଚଳ ରୁଶତାଧିକ ଆଦିବାସୀ ପୁରୁଷ ଓ ମହିଳା ପାରମ୍ପରିକ ବେଶ ଭୁଷା ରେ ସଜ୍ଜିତ ହୋଇ ମାଦି କୁନ୍ଦା ଛକରୁ ହାତରେ ପ୍ଲାକାର୍ଡ଼ ଧରି ବିଶାଳ ଶୋଭାଯାତ୍ରା ରେ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯାଳୟ ନିକଟରେ ପହଂଚି ଥିଲେ l ଆଦିବାସୀ ଦିବସରେ ଆଦିବାସୀଙ୍କ ବିଭିନ୍ନ ଦାବି ପୂରଣ ନେଇ ସ୍ଲୋଗାନ ଦେଇ ପ୍ରଶାସନ ଓ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ l ଦାବି ଗୁଡିକ ମଧ୍ୟରେ ଥିଲାl ପଦୋନ୍ନତି ବେଳେ ସଂରକ୍ଷଣ ଦେବା, ଜମି ହଡପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଆଦିବାସୀଙ୍କୁ ଜଙ୍ଗଲ ଜମି ପଟା ପ୍ରଦାନ ବନ୍ଦ ନକରିବା, ଆଦି ବିଭିନ୍ନ ଦାବୀ ଅନ୍ତର୍ଭୁକ୍ତ l ଆଦିବାସୀ ନେତା ତଥା ଲୁଇସିଂ ସରପଞ୍ଚ ସୁଦର୍ଶନ କହଂରଙ୍କ ନେତୃତ୍ୱରେ ଅନୁଷ୍ଠିତ ରା଼ଲ୍ଲୀ ରେ ବିଧାୟକ ପ୍ରତିନିଧି ତଥା ସମ୍ପାଦକ ନୀଳାମ୍ବର କହଁର, ଆଇନଜୀବୀ ସତ୍ୟନାରାୟଣ ବେହେରାଙ୍କ ସମେତ ଆଦିବାସୀ ସମାଜର କର୍ମକର୍ତା ମାନେ ଉପସ୍ଥିତ ଥିଲେ l ଏହି ଅବସରରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l

Leave A Reply

Your email address will not be published.