xmas

କଂଗ୍ରେସ ର ଗୌରବ ମୟ ପଦଯାତ୍ରା

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଳକ୍ଷେ ଗୌରବ ମୟ ପଦଯାତ୍ରା ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ୱରେ ଆଜି ଅଗଷ୍ଟ ୧୦ ବୁଧବାର ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଗତଥରର ବିଧାୟକ ପ୍ରାର୍ଥି ଶ୍ରୀଯୁକ୍ତ ସରୋଜ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଭଟଲି ଓ କେଶେଇ ପାଲି ଠାରେ ପଦଯାତ୍ରା ଆରମ୍ଭ ହୋଇଥିଲା। ଏହି ପଦଯାତ୍ରାରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବରଗଡ଼ ଜିଲ୍ଲା କଂଗ୍ରେସର ଗୌରବମୟ ପଦଯାତ୍ରା ପାଇଁ ନିୟୋଜିତ ହୋଇଥିବା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିସ୍ମୟ ମହାପାତ୍ର, ପୂର୍ବତନ ମୂଖ୍ୟ ସଚେତକ ଶ୍ରୀଯୁକ୍ତ ସତ୍ଯ ଭୂଷଣ ସାହୁ,ପ୍ରଦୀପ ଦେବତା, ନିପନ ଦାଶ,ପାଣ୍ଡବ କର୍ଣ୍ଣ, ପ୍ରତାପ ଚନ୍ଦ୍ର ନାୟକ, ଦିଲିପ ନନ୍ଦ,ବିରଆଦିତ୍ୟ ସାହୁ, ବିଜୟ ପଟ୍ଟନାୟକ, ସୁଭେନ୍ଦୁ ସାହୁ, ସୁଶିଲ ଭୋଇ, ଉସମାନ ଖାଁ, ଜିତୁ ଭୋଇ, ସୁବାଷ ବେହେରା, ଅଭିଷେକ ସେଠ, ଶୁସାନ୍ତ ସାହୁ,ଅନନ୍ତ ତାଣ୍ଡି,ଆଜାଦ ପତି,କୈଲାଶ ସାହୁ ଏବଂ ବହୁ କଂଗ୍ରେସ ନେତୃବର୍ଗ ଓ କର୍ମି ଏକାଠି ତ୍ରିରଙ୍ଗା ହତରେ ଧରି ପଦଯାତ୍ରା ରେ ସାମିଲ ହୋଇଥିଲେ।

Leave A Reply

Your email address will not be published.