ଲଗାଣ ବର୍ଷା ଘାଟିରୁ ମାଟି ଅତଡା ସହ ଗଛ ପଡି ରାସ୍ତା ଅବରୋଧ

ଫୁଲବାଣୀ -୧୦/୦୮ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଏବେ ଜିଲାରେ ଥିବା ବିଭିନ୍ନ ଘାଟୀରୁ ମାଟି ଅତଡ଼ା ସହ ବଡ଼ବଡ଼ ଗଛ ଉପୁଡିପଡୁଛି l ଫଳରେ ଗାଡିମଟର ଯା ଆସ କରିବାରେ ବାଧା ସୃଷ୍ଟି ହେଉଛି l ଜିଲ୍ଲାର ସବୁଠୁ ବଡ଼ଘାଟି ବ୍ରହ୍ମପୁର ଯିବା ରାସ୍ତାରେ କଳିଙ୍ଗା ଘାଟି ହେଉ ବୌଦ୍ଧ ଯିବା ରାସ୍ତାରେ ରାଣୀପଥର, ଭୁବେନେଶ୍ୱର ରାସ୍ତାରେ ମାଧପୁର, ଘାଟି ସମେତ କୁଡୁକି, ତୁମୁଡିବନ୍ଧ ଓ ବେଲଘର ସାରଙ୍ଗଡ଼, ଆଦି ଘାଟିରେ ମାଟି ଅତଡ଼ା ଖସିବା ସହ ବିରାଟ ଗଛ ମାନ ଉପୁଡିପଡୁଛି l ଫଳରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି l ଏ ସବୁ ସଫା କରିବାରେ ବିଳମ୍ବ ମଧ୍ୟ ହେଉଛି l ବିଭିନ୍ନ ସମୟରେ ଦୂର୍ଘଟଣା ମାନ ଘଟୁଛି l ଫୁଲବାଣୀ ବୌଦ୍ଧ ରାସ୍ତାର ରାଣୀପଥର ଘାଟି ଅଞ୍ଚଳରେ ପାହାଡ଼ ଉପରୁ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଥିବା ବେଳେ ଫୁଲବାଣୀ-ଭୁବେନେଶ୍ୱର ରାସ୍ତାର ମାଧପୁର ନିକଟ ଘାଟିରେ ମାଟି ଅତଡ଼ା ସହ କେତକ ଗଛ ଉପୁଡିପଡିବା ଫଳରେ ରାସ୍ତା ଅବରୋଧ ହୋଇଥିଲା l ଅନେକ ଗାଡିମୋଟର ଅଟକି ରହିଥିଲା l ରାସ୍ତା ସଫା କରାଯିବା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା l ଗାଡି ମଟର ଚାଳକ ମାନେ ବର୍ଷା ଦିନେ ଘାଟିରେ ଗାଡି ଚଳାଇବାବେଳେ ଅଧିକ ସତର୍କତା ଅବଲମ୍ବନ କରି ଗାଡି ଚଳାଇବା ପାଈଁ ଫୁଲବାଣୀ ପରିବହନ ବିଭାଗ ଆରଟି ଓ ଗତିକୃଷ୍ଣ ସାମନ୍ତରାୟ ପରାମର୍ଶ ଦେଇଛି l

Leave A Reply

Your email address will not be published.