xmas

୭୯ ବର୍ଷରେ ପାଦ ଦେଲେ ଜଟଣୀ ବିଧାୟକ ସୁର ରାଉତରାୟ

ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟଙ୍କର ଆଜି ଜନ୍ମଦିନ। ୭୯ ବର୍ଷରେ ଆଜି ସେ ପାଦ ଥାପିଛନ୍ତି। ସୁରଙ୍କ ଜନ୍ମଦିନରେ ତାଙ୍କ ବାସଭବନ ପହଞ୍ଚି ଅଭିନନ୍ଦନ ଜଣାଇଛନ୍ତି ପ୍ରଂଶସକ ଓ କଂଗ୍ରେସ କର୍ମୀ।

ନିଜ ବିନ୍ଦାସ ଅନ୍ଦାଜ ଓ କୌତୁକିଆ କଥାବାର୍ତ୍ତା ପାଇଁ ଲୋକେ ସୁରଙ୍କୁ ବେଶ୍ ପ୍ରଶଂସା କରନ୍ତି। ମାଡ଼ି ଚାଲ କହି କର୍ମୀ ଓ ସମର୍ଥକଙ୍କୁ ଉତ୍ସାହିତ କରନ୍ତି ସୁର। ମିଡିଆ ଡାର୍ଲିଂ ଭାବେ ପରିଚିତ ସୁରଙ୍କୁ ଆପଣ ସର୍ବଦା ଟିଭିରେ ଦେଖିଥିବେ। ଯାହା କୁହନ୍ତି ଏକଦମ ସିଧା ଓ ରୋକଠୋକ। ମନମତାଣିଆ ବି। ବୟସାଧିକ୍ୟ ସତ୍ତ୍ୱେ ରାଜନୀତିରେ ସେ ଯେମିତି ଚଳଚଞ୍ଚଳ ନିଜ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସେ ଫିଟ୍‌। ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁଥିଲେ ବି ସେ ନିଜକୁ ଯୁବକ ଭଳି ସୁସ୍ଥ ରଖିଛନ୍ତି।

୧୯୪୫ ମସିହା ସେପ୍ଟେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ସୁର। ୧୯୭୭ରେ ପ୍ରଥମ ଥର ପାଇଁ ସେ ଜନତା ଦଳ ଟିକଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ କଂଗ୍ରେସ ଟିକଟରେ ୧୯୮୦, ୧୯୮୫, ୧୯୯୫ , ୨୦୦୦ ଏବଂ ୨୦୧୯ରେ ନିର୍ବାଚିତ ହୋଇଛନ୍ତି।

ସୁରଙ୍କ ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି। ତାଙ୍କର ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଆମେରିକାର ଏକ ବଡ଼ ଫାର୍ମ ଡାଇରେକ୍ଟର ଅଛନ୍ତି। ତାଙ୍କର ସାନପୁଅ ମନ୍ମଥ ରାଉତରାୟ ଏୟାର ଇଣ୍ଡିଆର କ୍ୟାପଟେନ ଅଛନ୍ତି।

Leave A Reply

Your email address will not be published.