ଫୁଲବାଣୀ -୧୪/୦୮ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାସରୀପଡା ଛକ ଠାରୁ ନୂଆପଦରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର କେଲାପଡା ପଞ୍ଚାୟତ ଗୁରୁପଡା ଗାଁ ନିକଟରେ ଗତକାଲି ରାତିରେ ଜାରି ରହିଥିବା ଲଗାଣ ବର୍ଷାରେ ଏକ ବିରାଟ ଆମ୍ବ ଗଛ ଉପୁଡି ପଡି ରାସ୍ତା ଅବରୋଧ ହୋଇଯାଇଥିଲା I ଫଳରେ ଏହି ରସ୍ତାରେ ଗାଡ଼ିମଟର ଚଳା ଚଳ ସମ୍ପୂର୍ଣ ଠପ ହୋଇଯାଇଥିଲା I ତେଵେ ଦମକଳ ବାହିନୀ ଦୀର୍ଘ ୮ ଘଣ୍ଟା ପରିଶ୍ରମ ପରେ ଗଛଟି କଟା ଯାଇଥିଲା ଆଉ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା l ସେହିଭଳି ଆଜି ମଧ୍ୟ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାର ଛୋଟ ବଡ଼ ନଦୀ ବଢ଼ିବା ଫଳରେ ଫିରିଙ୍ଗିଆର ଟାଟେଣି ନାଳ ଉପରେ ଥିବା ପୋଲା ଭାସି ଯିବାରୁ ଟେଳାପାଲି ଗ୍ରାମ ଓ ଶିକୁଳିପଦର ଗ୍ରାମ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଛି l
