xmas

ଫୁଲବାଣୀ ସଦର ମହକୁମାଠାରେ ୭୬ ତମ ସ୍ୱାଧୀନତା ଦିଵସ ପାଳିତ

ଫୁଲବାଣୀ -15/08 ଫୁଲବାଣୀ ପୋଲିସ ରିଜର୍ଭ ପଡିଆ ରେ ୭୬ ତମଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିଵସ ମହାସମାରୋହ ରେ ପାଳିତ ହୋଇଥିଲା l ଏହି ଅବସରର ରାଜ୍ୟ ଅନୁସୂଚିତ ଜନ ଜାତି, ଜାତିଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନାଥ ସାରକା ମୁଖ୍ୟ ଅତିଥି ଭାବେ ଜିଲ୍ଲାସ୍ତରୀୟ ପ୍ୟାରେଡ଼ରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶକୁ ସ୍ୱାଧୀନତା ଆଣିବାରେ ଯେଉଁ ମହାପୁରୁଷ ମାନେ ନିଜର ପ୍ରାଣ ବଳି ଦେଇଥିଲେ ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l କଷ୍ଟ ଲବ୍ଧ ସ୍ୱାଧୀନତା ଓ ଦେଶର ଏକତା, ଅଖଣ୍ଡତା, ଭାଇଚାରା ଓ ସାର୍ବଭୌମତ୍ୱ କୁ ଅତୁଟ ରଖିବା ପାଈଁ ମୁଖ୍ୟ ଅତିଥୀ ମନ୍ତ୍ରୀ ସାରକା ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ l ଆଜିର ଏହି ପବିତ୍ର ଦିବସରେ ସମସ୍ତେ ସଂକଳ୍ପ ନେବା ପାଈଁ କହିଥିଲେ l କୋଭିଡ କଟକଣା ପାଈଁ ପ୍ୟାରେଡ଼ ରେ କେବଳ ରିଜର୍ଭ ପୋଲିସ, ହୋମ ଗାର୍ଡ ଆଦି ଅଂଶ ଗ୍ରହଣ କରିଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଏସପି ଭିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ବସନ୍ତକୁମାର ସାହୁ, ପି ଏ ଆଇ ଟି ଡି ଏ ବୀରେନ୍ଦ୍ର କୁମାର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଈଁ ପୁରସ୍କୃତ କରାଯାଇଥିଲା l ପରେ ମୁଖ୍ୟ ଅତିଥୀ ମନ୍ତ୍ରୀ ସାରକା ଫାଇବ ଟି ଅନ୍ତର୍ଭୁକ୍ତ ଏ ଜେଓ ହାଇ ସ୍କୂଲ ଯାଇ ସ୍ମାର୍ଟ କ୍ଲାସ ରୁମ ବୁଲି ଦେଖିବା ସହ ଆଲୋଚନା କରିଥିଲେ ଏହାପରେ ଅନ୍ବେଷl ହଷ୍ଟେଲ ଯାଇ ସେଠାର ପରିବେଶ ବୁଲି ଦେଖିବା ସହ ଅନ୍ତେବାସୀ ଙ୍କ ସହ ଆଲୋଚନା କରିଥିଲେ l ଏହାପରେ ଫିରିଙ୍ଗିଆ ଆଶ୍ରମ ସ୍କୁଲ, ବାଲିଗୁଡାର ବଡ଼ଗାଁ ଆଶ୍ରମ ଆଦି ମଧ୍ୟ ବୁଲି ଦେଖିବା ସହ ଅନ୍ତେବାସୀମାନଙ୍କ ସହ ଆଲୋଚନା କରି ମନ୍ତ୍ରୀ ସାରକା ସନ୍ତୋଷ ପ୍ରକାଶ କରିଥିଲେ l

Leave A Reply

Your email address will not be published.