xmas

ଏମ ଭି ୭୯ ଜେ.ଏମ.ଏଫ.ସି କୋର୍ଟ ରେ ସ୍ବାଧୀନତା ଦିବସ ପାଳିତ ।

କାଲିମେଳା ତା ୧୫/୮ମାଲକାନଗିରି ଜିଲା କାଲିମେଳା ବ୍ଳକ ର ତାଣ୍ଡବାଇ ପଞ୍ଚାୟତ ଅନ୍ତର୍ଗତ ଏମ ଭି ୭୯, ଜେ.ଏମ.ଏଫ.ସି କୋର୍ଟରେ ୭୬ ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି । ଏହି ଜାତୀୟ ଉତ୍ସବରେ କୋର୍ଟ ର ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ତଥା ତାଲୁକ ଆଇନ ସେବା କମିଟିର ଚେଯାରମାନ ମାନ୍ୟବର ପ୍ରବୀଣ କୁମାର ହୋତା ରାଷ୍ଟ୍ର ଉଦ୍ଦେଶରେ ଜାତୀୟ ତିରଙ୍ଗା ପତାକା ଉତ୍ତୋଳନ କରିଥିଲେ । ସ୍ବାଧୀନ ଭାରତର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ କୋଟି କୋଟି ଶ୍ରଦ୍ଧାଞ୍ଜଳୀ ଦେଇ କହିଥିଲେ। ଏହି ଭାରତରେ ସମସ୍ତେ ଜଣେ ଜଣେ ବୀର ଓ ଏକ ସୁନ୍ଦର ରାଷ୍ଟ୍ର ଗଠନ କରିବାରେ ସମସ୍ତଙ୍କର ଗୁରୁତ୍ଵପୂର୍ଣ ଭୂମିକା ରହିଅଛି । ଏହି ଅଞ୍ଚଳର ଜଣାଶୁଣା ଆଇନଜୀବୀ ହି ରୋଜ କୁମାର ପାଣିଗ୍ରାହୀ ତାଙ୍କ ଭାଷଣରେ କହିଥିଲେ ପରାଧୀନ ଭାରତ କୁ ସ୍ବାଧୀନ କରିବା ପାଇଁ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ କୁ ମନେ ପକାଇଥିଲେ । ଓ କହିଥିଲେ ଆମେ ଆଜି ଯେଉଁ ସ୍ବାଧୀନ ଭାରତରେ ଜୀବନ ଜାପାନ କରୁଅଛେ ତାହା ମିଳିବାକୁ କେତେ ଯେ ରକ୍ତ ର ନଦୀ ବୋହିଯାଇଛି ତାହା କହିବା ଅତ୍ୟନ୍ତ କଷ୍ଟ ଦାୟକ ଅଟେ। ଏହି ଜାତୀୟ ଉତ୍ସବରେ ଓକିଲ କୈଲାଶ ଚନ୍ଦ୍ର ପଟ୍ଟନାୟକ, ବିପ୍ଲବ ଦତ୍ତ, ବାସୁଦେବ ଦେବନାଥ , ବିବେକାନନ୍ଦ ନାଥ , ମାନସ ହାଲ୍ଦାର, ଦୀପଙ୍କର ଦେବନାଥ , ସରକାରୀ ଓକିଲ ପ୍ରଶାନ୍ତ ତନ୍ତି, ତାପସ ନାଥ, କୋର୍ଟର ବଡବାବୁ ଚନ୍ଦନ କୁମାର ମଣ୍ଡଳ, ଓ କର୍ମଚାରୀ ବୃନ୍ଦ, କୋର୍ଟର ପୋଲିସ କର୍ମଚାରୀ ବୃନ୍ଦ, ଓ କୋର୍ଟର ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ତିତ ଥିଲେ । ଶେଷରେ ଏହି ସ୍ବାଧୀନ ଭାରତକୁ ସରସ ସୁନ୍ଦର କରିବା ପାଇଁ ତିରଙ୍ଗା ପତାକା ତଳେ ଶପଥ ନେଇଥିଲେ। ପରିଶେଷରେ କୋର୍ଟ ତରଫରୁ ବିଭିନ୍ନ ପ୍ରକାର ଜଳଖିଆ ଓ ମିଠାର ବ୍ୟବସ୍ତା କରାଯାଇଥିଲା।

Leave A Reply

Your email address will not be published.