xmas

ମନ ମୁଣ୍ଡା ଠାରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ତ୍ରିରଙ୍ଗା ପଦଯାତ୍ରା

ବୌଦ୍ଧ ତା ୧୫/୮- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନ ମୁଣ୍ଡା ଠାରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ 75 ଫୁଟ ର ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ସାମ୍ବାଦିକ ବଦ୍ୟନାଥ ହୋତା ,ଆଶିଷ ସେଠୀ ଓ ଅକ୍ରୁର ବେହେରାଙ୍କ ତତ୍ତ୍ୱାବଧାନରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରା ଦେଉଳି ଠାରୁ ବାସୁଦେବ ପାଲି ପର୍ଯ୍ୟନ୍ତ ହୋଇଥିବା ବେଳେ ଏଥିରେ ବିଜେପି ଦଳର ଓମ୍ ପ୍ରକାଶ ମିଶ୍ର ଯୋଗଦେଇଥିଲେ। ଏହି ପଦଯାତ୍ରାରେ ମନ ମୁଣ୍ଡା ଅଞ୍ଚଳର ବରିଷ୍ଠ ବ୍ୟବସାୟୀ ତଥା ସମାଜସେବୀ ଆଶିଷ ସାହୁ ,ସରସ୍ଵତି ଶିଶୁ ମନ୍ଦିରର ସମସ୍ତ ଛାତ୍ର ଛାତ୍ରୀ ତଥା ଗୁରୁଜୀ ଗୁରୁମା ,ମନ ମୁଣ୍ଡାର ବ୍ୟବସାୟୀ ସଂଘ ,ଓଡ଼ିଶା ଡ୍ରାଇଭର ମହାସଂଘ ମନ ମୁଣ୍ଡା ଓ ଆଖପାଖ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ। ମନ ମୁଣ୍ଡା ପୋଲିସ ଯେପରି ଶାନ୍ତି ଶୃଙ୍ଖଳା ସହ ଏହି ପଦଯାତ୍ରା ସମ୍ପୂର୍ଣ୍ଣ ହେବ ସେଥିପ୍ରତି ନଜର ରଖିବା ସହ ଏହି ପଦଯାତ୍ରାରେ ସାମିଲ ହୋଇଥିଲା। ଏହି ପଦଯାତ୍ରା ଅନୁଷ୍ଠିତ ହେବା ଫଳରେ ମନ ମୁଣ୍ଡା ଅଞ୍ଚଳରେ ଦେଶଭକ୍ତିର ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ବନ୍ଦେ ମାତରଂ ଓ ଭାରତ ମାତା କି ଜୟ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଉକ୍ତ ଅଞ୍ଚଳ।

Leave A Reply

Your email address will not be published.