xmas

ଆମ୍ ଆଦମୀ ପାର୍ଟି ପକ୍ଷରୁ ୭୬ତମ ସ୍ଵାଧୀନତା ଦିବସ ପାଳନ।

ବାରିପଦା,୧୭୵୦୮୵୨୦୨୨ ରିଖ ବାରିପଦା ସହର ଦାରଗାଡାହି ଅଧୀନସ୍ଥ ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟ ସମ୍ମୁଖ୍ଯରେ ପାର୍ଟି ପକ୍ଷରୁ ଦେଶର ୭୬ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ବିଦ୍ୟୁତ୍ ଦେୟ ଛାଡପାଇଁ ଦସ୍ତଖତ ଅଭିଯାନର ବାରିପଦା ସହରର ସଂଯୋଜକ ଶ୍ରୀ ସୁକୁମାର ରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବର୍ଷିୟାନ ଶିକ୍ଷାବିତ୍ ଓ ସମାଜସେବୀ ଶ୍ରୀ ନନ୍ଦ କୁମାର ମହାପାତ୍ର ପତାକା ଉତ୍ତୋଳନ କରିଥିଲେ। ଏହି ପବିତ୍ର ମୁହୂର୍ତ୍ତରେ ଉପସ୍ଥିତ ସଦସ୍ୟମାନେ ଭ୍ରଷ୍ଟାଚାର ବିରୋଧରେ ଲଢିବା ପାଇଁ ଓ ସ୍ଵରାଜର ସ୍ଥାପନା ପାଇଁ ସଂକଳ୍ପ ନେଇଥିଲେ। ହିଂସା, ଦ୍ଵେଷ, ପରଶ୍ରୀ କାତରତା ଓ ସଂକୀର୍ଣ୍ଣତାର ଉର୍ଦ୍ଧକୁ ଆସି ଏକ ଶକ୍ତିଶାଳୀ ଭାରତବର୍ଷର ଗଠନ ପାଇଁ କାର୍ଯ୍ୟ କାରିବାକୁ ସମସ୍ତଙ୍କୁ ଆହ୍ଵାନ ଦିଆଯାଇଛି। ଏହି ଅବସରରେ ବରିଷ୍ଠ ସଦସ୍ୟ ଅଧ୍ୟାପକ ଗୋପବନ୍ଧୁ ମହାନ୍ତ, ଜିଲ୍ଲା ଭାରପ୍ରାପ୍ତ ସମ୍ପାଦକ ଶ୍ରୀ ଚନ୍ଦନ କିସ୍କୁ, ବରିଷ୍ଠ ସଦସ୍ୟ ବାଦଲ ହେମ୍ବ୍ରମ୍, ରାଜ୍ଯ ଯୁବ ସମ୍ପାଦକ ଶ୍ରୀ ଚାନ୍ଦରାୟ ହାଁସଦା, ଶ୍ରୀ କାଶୀନାଥ ମହାନା, ଟୁନା ମାନା, ବାବୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.