ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଡାକ ବଙ୍ଗଳା ଠାରେ ବୌଦ୍ଧ ଜିଲ୍ଲା ୱେବ୍ ମିଡ଼ିଆ ସଂଘର ଏକ ସାଧାରଣ ବୈଠକ ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସଭାଟି ଅବୁ ଖାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସଭା ପରିଚାଳନା କରିଥିଲେ ପ୍ରେମାନନ୍ଦ ମହାପାତ୍ର। ଏହି ସଭାରେ ନୂତନ ଭାବେ ସଭାପତି ଅକୁର ବେହେରା ଓ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ସର୍ବ ସହମତି କ୍ରମେ ଚୟନ କରାଯାଇଥିଲା। ଉକ୍ତ ସଭାରେ ଅବୁ ଖାନ , ବିଜୟ ଆଚାର୍ଯ୍ୟ, ଶମ୍ଭୁ ମିଶ୍ର , ଜଗାନନ୍ଦ ମହାପାତ୍ର, ପ୍ରେମାନନ୍ଦ ମହାପାତ୍ର, ଶରତ ମୁଦୁଲି, ହୃଦା ମେହେର, ଭରତ ଡାଙ୍ଗ, ଅକୁର ବେହେରା, ପ୍ରଶାନ୍ତ କୁମାର ପ୍ରଧାନ, ଆଶିଷ ଠାକୁର ଓ ସୁମନ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଂଘର ଉପଦେଷ୍ଟା ଜଗାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
