xmas

ଅମୃତ ମହୋତ୍ସବରେ ଭିନ୍ନକ୍ଷମଙ୍କୁ ଉପକରଣ ବଣ୍ଟନ।

ମୟୂରଭଞ୍ଜ,୧୭/୦୮/୨୦୨୨ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ପକ୍ଷରୁ ୭୬ ତମ ସ୍ଵାଧିନତା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅତିଥିରୂପେ ଖୁଣ୍ଟା ବ୍ଳକ ଅଧ୍ୟକ୍ଷ ସୁଧନ୍ୟା ନାଏକ, ବିଡ଼ିଓ ମାନସ ରଞ୍ଜନ ସାମଲଙ୍କ ସମେତ ସମସ୍ତ ସରପଞ୍ଚ , ସମିତି ସଭ୍ୟ ,ଓ ବ୍ଳକ କର୍ମଚାରୀ ମାନେ ଉପସ୍ଥିତ ଥିବା ବେଳେ ଅଧ୍ୟକ୍ଷ ଶ୍ରୀ ନାଏକ ଜାତୀୟ ପତକାଉତ୍ତୋଳନ କରିଥିଲେ । ନିଜ ନିଜ ଜୀବନକୁ ବାଜି ଲଗାଇ ଦେଶବାସୀଙ୍କ ନିମନ୍ତେ ସ୍ଵାଧିନତା ଆଣିଦେଇଥିବା ସ୍ଵାଧିନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିଥିଲେ । ଏବଂ ଦେଶ ସ୍ଵାଧିନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି କରିଥିବା ବେଳେ ଦେଶବ୍ୟାପି ଅମୃତ ମହୋତ୍ସବ ପାଳନ କରାଯାଉଛି । ଯାହାକୁ କେବଳ ପାଳନ ମଧ୍ୟରେ ସୀମିତ ନ ରଖି ସମାଜରେ ଭାତୃଭାବ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଲୋକଙ୍କ ମୁହଁରେ ହସ ଫୁଟାଇପାରିଲେ , ଏହା ହିଁ ଏହି ସ୍ଵାଧିନତା ସଂଗ୍ରାମୀ ମାନଙ୍କ ପାଇଁ ପ୍ରକୃତରେ ଶ୍ରଦ୍ଧାଞ୍ଜଳୀ ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ବ୍ଳକ ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିଡ଼ିଓ ମାନସରଞ୍ଜନ ସାମଲ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଭୋଇ , ସହକାରୀ ଯନ୍ତ୍ରୀ ସଦାଶିବ ବେହେରା , ଭାରପ୍ରାପ୍ତ ସମାଜ କଲ୍ୟାଣ ଅଧିକାରୀ ସଂଗ୍ରାମ କେଶରୀ ସାସମଲ ପ୍ରମୁଖ ଉପସ୍ଥିତ ରହି ବ୍ଳକର ବାସିପିଠା ,କରକଚିଆ , ବଡ଼ପେଂଣୀ , ଧାନଘେରା ଆଦି ପଞ୍ଚାୟତରେ ଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ହୁଇଲ ଚେୟାର ଓ ଟ୍ରାଇସାଇକେଲ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.