xmas

“ୟୂଥ୍ ଫର ଏକ୍ସନ” ର ୩୦୦୦ ଚାରା ବଣ୍ଟନ କାର୍ଯ୍ୟକ୍ରମ।

ମୟୂରଭଞ୍ଜ,୧୭/୦୮/୨୦୨୨ ସାରା ଓଡ଼ିଶାର ଏକ ଅଗ୍ରଣୀ ଅଣରାଜନୌତିକ ସଂଗଠନ “ୟୂଥ୍ ଫର ଏକ୍ସନ” ଏକ ନିଆରା ଢଙ୍ଗରେ ପାଳନ କରିଛି ସ୍ୱାଧୀନତା ଦିବସ। ସଂଗଠନର ରାଜ୍ୟ ସଂଯୋଜକ ଦେବାଶିଷ ନାୟକ ଓ ସହ ସଂଯୋଜକ ସୁଜିତ୍ ସିଂଙ୍କ ଆହ୍ୱାନ୍ କ୍ରମେ ଦେଶ ସ୍ୱାଧିନତାର ୭୫ ବର୍ଷ ପୁର୍ତ୍ତିକୁ ଅମୃତ ମହୋତ୍ସବ ରୂପେ ପାଳନ କରୁଥିବା ବେଳେ ସଂଗଠନ ପକ୍ଷରୁ ବିଶାଳ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେବେ ଏହି ସୁନ୍ଦର କାର୍ଯ୍ୟକ୍ରମ ରୁ ମଧ୍ୟ ବାଦ ପଡିନାହିଁ ମୟୂରଭଞ୍ଜ ଜିଲ୍ଲା ସଂଗଠନ। ଏହି ଅବସରରେ ମୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉପେନ୍ଦ୍ରନାଥ ମହାବିଦ୍ୟାଳୟ ପରିସର ଓ ଏହାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟକାରି ସଭାପତି ସୁରଜ ସିଂ ରାଜପୁତ, ଜିଲ୍ଲା ଉପ-ସଭାପତି ଆଶୁତୋଷ ଦାସଙ୍କ ମିଳିତ ସଂଯୋଜନାରେ ୩୦୦୦ ରୁ ଉର୍ଦ୍ଧ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ୟୁଥ୍ ଫର ଏକ୍ସନର ଉପସଭାପତି ଦିପକ୍ ମଲ୍ଲିକ୍‌, ସମ୍ମାନିତ ଅତିଥି ଭାବେ ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମହାନ୍ତି, ଅନ୍ୟତମ ଅତିଥି ଭାବରେ ଲେପ୍ଟନାଣ୍ଟ ଦିପକ୍ କୁମାର ଗିରି, ମୂଖ୍ୟବକ୍ତା ଭାବେ ଉତ୍ତର ଓଡିଶା ଜୋନର ସଭାପତି ବିପ୍ଳବ କୁମାର ଦାଶ ଯୋଗ ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମକୁ
ଏନ୍ ସି ସି, ଏନ୍ ଏସ୍ ଏସ୍ ର ଭାଇ ଭଉଣୀ ମାନେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ସଫଳ କରାଇଥିଲା ବେଳେ ଜନ୍ମେଜୟ ମହାନ୍ତ, ଦେବାଶିଷ୍ ମହାନ୍ତ, ସୁନିଲ୍ ମାରାଣ୍ଡି, ସ୍ମୃତିରେଖା ମାଇତି ଏହାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.